ନିଜ କ୍ଲଷ୍ଟର ଛାଡି ସିଆରସିସି ମାନେ ରାୟଗଡ କ୍ଲଷ୍ଟରରେ ବାଣ୍ଚି ଦେଉଛନ୍ତି ବହି
ରାୟଗଡ,୨୬/୪: କୋଭିଡ-୧୯ ଭୂତାଣୁ ତଥା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧିକୁ ଆସନ୍ତା ମେ’୩ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶରେ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆସନ୍ତା ଏପ୍ରିଲ ୨୫ତାରିଖ ସୁଦ୍ଧା ଶିକ୍ଷାର୍ଥୀ ମାନଙ୍କ ଘରେ ଘରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମାଧ୍ୟମରେ ପାଠ୍ୟ ପୁସ୍ତକ ପଂହଚାଇ ପାରିବେ ସେ ନେଇ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବିଭାଗର ନୂଆ ନିଷ୍ପତି ମୁତାବକ ପିଲାମାନେ ଯେଉଁ ସ୍କୁଲର ଛାତ୍ରଛାତ୍ରୀ ହୋଇଥିବେ ସେହି ସ୍କୁଲର ଶିକ୍ଷକ ବା ଶିକ୍ଷୟତ୍ରୀ ପିଲାଙ୍କ ପାଖରେ ବହି ପଂହଚାଇବେ । ଏହି ନିଷ୍ପତି ପ୍ରକାରେ ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମରୁ ଅଷ୍ଟମ ପ୍ରାଥମିକ ଶ୍ରେଣୀର ସମସ୍ତ ବହି ରାଜ୍ୟର ବ୍ଳକ ସ୍ତରରେ ପଂହଚିସାରିଛି ।
ତେବେ ରାୟଗଡ ଜିଲ୍ଳା ସମଗ୍ର ଶିକ୍ଷା ବିଭାଗର ଅଜବ ନୀତି । ଏଠାରେ ରାୟଗଡ ବ୍ଳକ ପଂଏଟରେ ୨୦୨୦ – ୨୧ ଶିକ୍ଷା ବର୍ଷ ପାଇଁ ବିଦ୍ୟାର୍ଥୀଙ୍କ ନିମନ୍ତେ ମାଗଣା ପାଠ୍ୟପୁସ୍ତକ ପଂହଚି ସାରିଥିବା ବେଳେ ନିଜ ନିଜ କ୍ଳଷ୍ଟର ଛାଡି ସିଆରସିସିମାନେ ରାୟଗଡ କ୍ଳଷ୍ଟରରେ ହିଁ ନିଜ ନିଜ କ୍ଳଷ୍ଟର ଅଧିନସ୍ଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ଡାକି ଦେଇ ସେମାନଙ୍କୁ ପାଠ୍ୟପୁସ୍ତକ ନେବାକୁ ବାଧ୍ୟ କରୁଥିବା ଅଭିଯୋଗ ଶୁଣିବାକୁ ମିଳିଛି । ରାୟଗଡ ବ୍ଳକ ଶିକ୍ଷାଧିକାରୀ ରଜନୀକାନ୍ତ ସାମନ୍ତରାଏଙ୍କ କାର୍ଯ୍ୟାଳୟ ଚିଠି ସଂଖ୍ୟା ୯୬୯ ତାରିଖ ୨୨/୪/୨୦ ପ୍ରକାରେ ରାୟଗଡ ବ୍ଳକ ଓ ମ୍ୟୁନିସିପାଲଟିରେ ଥିବା ଏସଏମଇ ଓ ଏସଏସଡି ବିଭାଗର ସମସ୍ତ ସିଆରସିସି, ପ୍ରାଥମିକ ବିଦ୍ୟାଳୟ, ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ଚଳିତ ମାସ ୨୩ଏପ୍ରିଲ ଠାରୁ ଆସନ୍ତା ମେ’୧ତାରିଖ ପର୍ଯ୍ୟନ୍ତ ବ୍ଳକର ୧୭ଟି କ୍ଳଷ୍ଟର ନିମନ୍ତେ ପାଠ୍ୟପୁସ୍ତକ ବଂଟନ କରାଯିବା ନେଇ ନୋଟିସ ଜାରି କରିଥିଲେ ।
ରାୟଗଡ ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ବଳରାମ ହୁଇକାଙ୍କ ତତ୍ୱାବଧାନରେ ବ୍ଳକ ପଂଏଟରୁ ନିକଟସ୍ଥା ଆରଏସଇଡବ୍ଳ୍ୟୁସି ପ୍ରାଥମିକ ବିଦ୍ୟାଳୟରେ ସମସ୍ତ କ୍ଳଷ୍ଟରଗୁଡିକକୁ ବହି ବଂଟନ ନିମନ୍ତେ ରଖାଯାଇଥିଲା । ରାୟଗଡ ମ୍ୟୁନିସିପାଲଟିର ୟୁଏଲବି-୧ ପାଇଁ ଗାନ୍ଧୀନଗର କ୍ଳଷ୍ଟର ଓ ୨ ପାଇଁ ଶାସ୍ତ୍ରୀନଗର ୟୁଜିଏଚଏସ ବିଦ୍ୟାଳୟରେ କ୍ଳଷ୍ଟର ରଖାଯାଇଥିଲା । ତେବେ ଉକ୍ତ ଦୁଇ କ୍ଳଷ୍ଟରର ସିଆରସିସିମାନେ ଏପ୍ରିଲ-୨୩ ଓ ୨୪ତାରିଖରେ ନିଜ ଅଧିନସ୍ଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କୁ ପାଠ୍ୟପୁସ୍ତକ ବଂଟନ କରିବା ନିୟମ ରହିଥିବା ବେଳେ ଆରଏସଇଡବ୍ଳ୍ୟୁସି ପ୍ରାଥମିକ ବିଦ୍ୟାଳୟ କ୍ଳଷ୍ଟର ପଂଏଟରୁ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ପାଠ୍ୟପୁସ୍ତକ ବଂଟନ କରିଥିଲେ । ଫଳରେ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଗାନ୍ଧୀନଗର ଓ ଶାସ୍ତ୍ରୀ ନଗର କ୍ଳଷ୍ଟର ଅନେକ ବିଦ୍ୟାଳୟ ପାଇଁ ନିକଟତର ହେବାକୁ ଥିବା ବେଳେ ଜେଏସକୋ ଠାରେ ଥିବା ଆରଏସଇଡବ୍ଳ୍ୟୁସି ପ୍ରାଥମିକ ବିଦ୍ୟାଳୟ କ୍ଳଷ୍ଟରରୁ ନେବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବାଧ୍ୟ କରାଯାଇଛି ବୋଲି କିଛି ଶିକ୍ଷକ ନିଜ ନାମ ଗୋପାନ ରଖି ପ୍ରକାଶ କରିଛନ୍ତି ।
ଅପରପକ୍ଷେ ବିଇଓ ଶ୍ରୀସାମନ୍ତରାଏଙ୍କ ନୋଟିସ ଅନୁଯାୟୀ କୋଭିଡ-୧୯ ସଂକ୍ରମଣ ଯୋଗୁଁ ଲକଡାଉନର ଗାଇଡ ଲାଇନକୁ କଡାକଡି ଭାବେ ପାଳନ କରିବା ସହ ସାମାଜିକ ଦୂରତା ବଜାୟ ରଖି ପାଠ୍ୟପୁସ୍ତକଗୁଡିକ କ୍ଳଷ୍ଟର ପଂଏଟରୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାୟଗଡ ପୈାରାଂଚଳର ଅନେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନେ ଏପ୍ରିଲ ୨୩ ଓ ୨୪ତାରିଖ ଦୁଇଦିନ ଧାର୍ଯ୍ୟ ହୋଇଥିବା ଦିବସରେ ନିଜ କ୍ଳଷ୍ଟରରୁ ପାଠ୍ୟ ପୁସ୍ତକ ନ ନେଇ ନ ଥିବାରୁ ସେମାନେ ଆରଏସଇଡବ୍ଳ୍ୟସି ପ୍ରାଥମିକ ବିଦ୍ୟାଳୟକୁ ଆସି ବହିପୁସ୍ତକଗୁଡିକ ବ୍ୟାଗ, ଅଖାବସ୍ତା ଆଦିରେ ଭର୍ତି କରି ନିଜ ବାଇକ, ସ୍କୁଟି ଯୋଗେ ନିଜ ସହଯୋଗୀଙ୍କୁ ବସାଇ ନେଉଥିବା ଦେଖିବାକୁ ମିଳିଥିଲା ।
ଯାହା ସାମାଜିକ ଦୂରତା ବଜାୟ ରଖିବା ନିୟମକୁ ଉଲଂଘନ କରିଥିଲା । ସେହିପରି ଶନିବାର ଦିନ ଗୁମ୍ମା ଓ ନାକଟି ଦୁଇଟି କ୍ଳଷ୍ଟରକୁ ବହି ନେବା ପାଇଁ ସିଆରସିସିମାନେ ଆସିଥିବା ବେଳେ ସେମାନେ ମଧ୍ୟ ନିଜ ଅଧିନସ୍ଥ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଡକାଇ ଏହି କ୍ଳଷ୍ଟର ଠାରେ ବହି ବାଂଟି ଦେଉଥିବା ଦେଖିବାକୁ ମିଳିଥିଲା । ଗାନ୍ଧିନଗର ଓ ଶାସ୍ତ୍ରୀନଗର କ୍ଳଷ୍ଟର ନୋଟିସ କରାଯାଇଥିଲେ ମଧ୍ୟ କାହିଁକି ସେଠାରେ ପାଠ୍ୟପୁସ୍ତକ ବଂଟନ କରାଗଲା ନାହିଁ ବୋଲି ବିଇଓ ଶ୍ରୀ ସାମନ୍ତରାଏଙ୍କୁ ପଚାରିବାରୁ ସେ କିଛି ସନ୍ତୋଷଜନକ ଉତର ଦେଇ ନ ଥିବା ବେଳେ ଆକସ୍ମିକତା ଅନୁଦାନ (କଂଟିଜେନ୍ସି ଫଣ୍ଡ) ପ୍ରଧାନ ଶିକ୍ଷକ ମାନଙ୍କୁ ମିଳୁଥିବାରୁ ସେମାନେ ନିଜ ଗାଡି ବ୍ୟବସ୍ଥା କରିପାରିଥାନ୍ତେ ଏବଂ ସାମାଜିକ ଦୂରତା ବଜାୟ ରଖିଥାନ୍ତେ ବୋଲି ଉତର ରଖିଛନ୍ତି ।
ଏଠାରେ ପ୍ରକାଶ ଥାଉ କି,ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ପ୍ରକାରେ ବ୍ଳକ ପଂଏଟରୁ କ୍ଳଷ୍ଟର ଏବଂ କ୍ଳଷ୍ଟର ପଂଏଟରୁ ସ୍କୁଲ ପଂଏଟ କିମ୍ବା ଛାତ୍ରଛାତ୍ରୀଙ୍କ ଘରେ ଘରେ ଶିକ୍ଷକଶିକ୍ଷୟତ୍ରୀଙ୍କ ମାଧ୍ୟମରେ ବହି ପଂହଚାଇବା ପାଇଁ କହିଛନ୍ତି । ତେବେ ସିଆରସିସିମାନେ ନିଜ ନିଜ କ୍ଳଷ୍ଟରକୁ ପାଠ୍ୟପୁସ୍ତକ ନ ନେଇ ରାୟଗଡ କ୍ଳଷ୍ଟର ଠାରେ ପ୍ରଧାନ ଶିକ୍ଷକ ମାନଙ୍କୁ ଦୂର ଦୂରାନ୍ତରୁ ଡାକି ଲକଡାଉନ ବେଳେ ରାୟଗଡ ସହରରେ ଗହିଳ କରି କରୋନା ସଂକ୍ରମଣ ଆଶଙ୍କାଙ୍କୁ ବଢାଇ ଦେଉଛନ୍ତି । ବିଭାଗୀୟ ଅଧିକାରୀ ମାନେ ଏ ଦିଗରେ ଚୁପ ରହୁଥିବାରୁ ଶିକ୍ଷକଶିକ୍ଷୟତ୍ରୀମାନେ ନିଜ ଦୁଃଖ ପରିପ୍ରକାଶ କରିପାରୁ ନାହାନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in