ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡ ରଥଖଳାରେ ରଥ ଅନୁକୂଳ ପୂଜାବିଧି ସଂପନ୍ନ

ରାୟଗଡ,୨୭/୪: ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଓଡିଆଙ୍କ ଆରଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ନିମନ୍ତେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡର ରଥଖଳାରେ ରଥ ଅନୁକୂଳ ପାଇଁ ରୀତିନୀତି ଅନୁଯାୟୀ ପୂଜାବିଧି ସଂପନ୍ନ ହୋଇଛି । ରାୟଗଡ ସହର ଶ୍ରୀ ଜଗନ୍ନାଥ ମନ୍ଦିରର ରାଜ ପୁରୋହିତ ପଣ୍ଡିତ ବାଲୁଙ୍କେଶ୍ୱର ଦାସ ଓ ଅନ୍ୟ ସେବାୟତମାନେ ଉପସ୍ଥିତ ରହି ରଥଖଳାରେ ରଥ ଅନୁକୂଳ ପାଇଁ ପୂଜାର୍ଚ୍ଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରାୟଗଡ ତହସିଲଦାର ତଥା ଦେବତୋର ଅଧିକାରୀ ଉମାକାନ୍ତ ବେହେରା, ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ପୂଜାର୍ଚ୍ଚନା ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧି ସମସ୍ତେ ଉପସ୍ଥିତ ରହିଥିଲେ । ତେବେ କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱୁକୁ ଦୃଷ୍ଟିରେ ରଖି ଜିଲ୍ଳାପାଳଙ୍କ ନିଷ୍ପତି କ୍ରମେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ତାହା ଜଣାପଡିବ ବୋଲି ଦେବତୋର ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.