୧୭ଜଣ ଝାରଖଣ୍ଡି ଶ୍ରମିକକୁ ସଂଗରୋଧ କେନ୍ଦ୍ରକୁ ପଠାଇଲା ପ୍ରଶାସନ

ରାୟଗଡ,୨୭/୪: ବିଭିନ୍ନ ରାଜ୍ୟକୁ ପେଟପାଟଣା ପାଇଁ ଯାଇଥିବା ଓଡିଶା ସମେତ ଅନ୍ୟ ରାଜ୍ୟର ଦାଦନ ଶ୍ରମିକମାନେ ଲକଡାଉନ ଦିନ ଠାରୁ ରେଳଧାରଣାକୁ ନିଜ ଗାଁକୁ ଫେରିବାର ବାଟ ବୋଲି ଆପେଣାଇ ନେଇଛନ୍ତି । ପୁଣି ରେଳଧାରଣା ଦେଇ ଆନ୍ଧ୍ର ପ୍ରଦେଶରୁ ଝାରଖଣ୍ଡ ଅଭିମୁଖେ ଯାଉଥିବା ୧୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ସଂଗରୋଧ କେନ୍ଦ୍ରକୁ ପଠାଇଛି ରାୟଗଡ ଜିଲ୍ଳା ପ୍ରଶାସନ । ରବିବାର ଦିନ ପିତାମହଲ ଗ୍ରାମ ପାଶ୍ୱର୍ ଦେଇ ଯାଇଥିବା ରେଳ ଧାରଣା ବାଟ ଦେଇ ୧୭ଜଣ ଶ୍ରମିକ ବେଗବସ୍ତାନୀ ଧରି ଚାଲି ଯାଉଥିିବା ଦେଖି ପୋଲିସ ଓ ପ୍ରଶାସନକୁ ଖବର ଦେଇଥିଲେ ଗ୍ରାମବାସୀ । ଖବର ପାଇଁ ରାୟଗଡ ଟାଉନ ଥାନା ପୋଲିସ ଏ.ଏସ.ଆଇ ପି.ରାବଣାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଶ୍ରମିକମାନଙ୍କୁ ଉଦ୍ଧାର କରି ମାମଝିଘରିଆଣୀ ମନ୍ଦିର ପୋଲିସ ଚେକିଂ ପଂଏଟ ନିକଟକୁ ଆଣିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେଠାରେ ରାୟଗଡ ତହସିଲଦାର ଉମାକାନ୍ତ ବେହେରା ଓ ଅତିରିକ୍ତ ତହସିଲଦାର ସୁନୀଲ ଖରା ପଂହଚି ପୈାର ନିର୍ବାହୀ ଅଧିକାରୀଙ୍କୁ ଶ୍ରମିକମାନଙ୍କୁ ସଂଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା ପାଇଁ କହିଥିଲେ । ସମସ୍ତ ଶ୍ରମିକମାନେ ସଂଗରୋଧ କେନ୍ଦ୍ରକୁ ଯିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡିଛି । ଉଦ୍ଧାର ହୋଇଥିବା ଏହି ଶ୍ରମିକମାନେ ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଳାର କୋତାବାଲସା ସହରରେ ଥିବା ସାରଦା ନାମକ ଏକ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଲକଡାଉନ ଅବଧି ବୃଦ୍ଧି ଯୋଗୁଁ କମ୍ପାନୀ ମାଲିକ ଏମାନଙ୍କୁ ଆଉ ମଜୁରୀ ଟଙ୍କା ପ୍ରଦାନ ନ କରିବାରୁ ସେମାନେ ବାଧ୍ୟ ହୋଇ ରେଳଧାରଣ ବାଟ ଦେଇ ଝାରଖଣ୍ଡରେ ଥିବା ନିଜ ଗ୍ରାମକୁ ଫେରିଯିବା ପାଇଁ ସ୍ଥିର କରି ଗତ ୫ଦିନ ତଳୁ ଚାଲି ଚାଲି ଆସୁଥିଲେ ।

Udyog Nursery
Udyogi Nursery
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.