ଅଖ୍ୟାତ ଗାଁରେ ବର୍ଜ୍ୟବସ୍ତୁରୁ କୋରନା ଯୋଦ୍ଧାଙ୍କ ସହିଦ ସ୍ମୃତି ସ୍ତମ୍ଭ ଗଢ଼ିଲେ ଶିଳ୍ପୀ କେଶୁଦାସ

● ‘ଲକ୍-ଡାଉନ୍’ରେ ଶିଳ୍ପୀ ପ୍ରଥମ ଶହୀଦ ସ୍ମୃତିସ୍ତମ୍ଭ ଗଢି ରଚିଲେ ଇତିହାସ

ବାଲେଶ୍ବର,୨୭/୪(କୃଷ୍ଣ କୁମାର ମହାନ୍ତି): ସାରା ବିଶ୍ବ ଏବେ କୋରନା ପାଇଁ ଗୃହବନ୍ଦୀ । ସମସ୍ତେ ନିଜ ନିଜ ଘରେ ରହି ସରକାରଙ୍କ ନିୟମ ଅନୁପାଳନ କରୁଥିବା ବେଳେ ମାନି ଗୃହବନ୍ଦୀ ଥିବା ବେଳେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ପୋଲିସ, ପ୍ରଶାସନିକ ଅଧିକାରୀ, ସମାଜସେବୀ ଓ ସାମ୍ବାଦିକ ମାନେ କିନ୍ତୁ ଅହରହ କୋରନାକୁ ହରାଇବା ପାଇଁ ସଂଗ୍ରାମରତ। ନିଜ ଜୀବନକୁ ବିପନ୍ନ କରି ଏହି କରୋନା ଯୋଦ୍ଧାଙ୍କୁ ସମସ୍ତେ ପ୍ରକୃତ ହୀରୋ କହିଛନ୍ତି।

Omkar Vasthu
Omkar Vasthu

ଦେଖାଯାଇଛି ଯେ ବହୁ ଡାକ୍ତର, ପୋଲିସ, ସ୍ବାସ୍ଥ୍ୟକର୍ମୀ ଏହି ଭୟାବହ ଅଦୃଶ୍ୟ ଶତ୍ରୁ କୋରନା ସହ ଲଢ଼ୁ ଲଢ଼ୁ ନିଜେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ତହିଁ ତନ୍ମଧ୍ୟରୁ କେତେଜଣ ତ ଦେଶ ପାଇଁ ପ୍ରାଣ ବିସର୍ଜନ କରିଥିବା ଖବର ଅନେକଙ୍କୁ ବ୍ୟଥିତ କରିଛି। ଓଡିଶା ସରକାର ଏମାନଙ୍କୁ ଶହୀଦର ସମ୍ମାନ ଦିଆଯିବା କଥା ମଧ୍ୟ ଘୋଷଣା କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏହି ଅସଲି ଯୋଦ୍ଧାଙ୍କ ମଧ୍ୟରୁ ଯେଉଁମାନେ ଶହୀଦ ହୋଇଛନ୍ତି, ସେମାନଙ୍କୁ ନିଜ ଢଙ୍ଗରେ ସମ୍ମାନ ଜଣାଇଛନ୍ତି ବାଲେଶ୍ଵରର ବରିଷ୍ଠ ଶିଳ୍ପୀ ଓ ସାମାଜିକ କର୍ମୀ କେଶୁଦାସ।ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବାଲେଶ୍ବର ଜିଲ୍ଲାର ଦୁବଲାଗଡି ଗ୍ରାମନିବାସୀ ଶିଳ୍ପୀ କେଶୁ ଓ ତାଙ୍କ ପରିବାର ଏକ ଅଭିନବ ଉପାୟ ଆପଣେଇଛନ୍ତି।

Udyog Nursery
Udyogi Nursery

କୋରନା ଯୋଦ୍ଧା ଶହୀଦ ସ୍ମୃତି ସ୍ତମ୍ଭ ତିଆରି କରୁଛନ୍ତି ଏହି ଶିଳ୍ପୀ ଜଣକ, ତାହା ପୁଣି ଏହି ଲକ୍-ଡାଉନ୍ ସମୟରେ। ତାଙ୍କ ପାଖରେ କୌଣସି ଉପକରଣ ଓ ସାଧନ ନଥିବା ସତ୍ତ୍ୱେ ନିଜ ଘରେ ଥିବା ଅଦରକାରୀ ବର୍ଜ୍ୟବସ୍ତୁକୁ ନେଇ ସେ ତିଆରି କରିଛନ୍ତି ୬ ଫୁଟ୍ ଉଚ୍ଚତାର ଏକ ସୁନ୍ଦର ସ୍ମୃତି ସ୍ତମ୍ଭ ।

କେଶୁଙ୍କ କହିବା ଅନୁସାରେ ଏଥିରେ ଭଙ୍ଗା ଟାଇଲ୍, ଭଙ୍ଗା ଇଟା, କାଠ ପଟା, ଟାୟାର୍, ସିମେଣ୍ଟ ଓ ଟିଣ ଆଜବେଷ୍ଟସ୍, ସିମେଣ୍ଟ ନନ୍ଦ ଓ ପାଣିକୁଣ୍ଡ, ଭଙ୍ଗା ଟିଭି ଡିସ୍ ଇତ୍ୟାଦି ବ୍ୟବହୃତ ହୋଇଛି। ସବୁ ହିଁ ଅଦରକାରୀ ବର୍ଜ୍ୟବସ୍ତୁ। କିନ୍ତୁ ସେସବୁକୁ ନେଇ ନିଜର କଳ୍ପନା ଓ ସର୍ଜନଶୀଳତା ବଳରେ ସୁନ୍ଦର ଓ ଆକର୍ଷଣୀୟ ଶହୀଦ ସ୍ମୃତିସ୍ତମ୍ଭଟିଏ ଗଢ଼ି ଶ୍ରୀ ଦାସ ଚର୍ଚ୍ଚାରେ ରହିଛନ୍ତି।

କେଶୁଙ୍କ ନିଜ ଜନ୍ମସ୍ଥାନ ଦୁବଲାଗଡିରେ ଥିବା ଗାଁ ଘର ପରିସରରେ ସେ ଏହାକୁ ଗଢ଼ିଛନ୍ତି। ଏଥିପାଇଁ ନିଜ ପରିବାରର ବଡ଼ ଭାଇ ପତିତପାବନ, ପୁତୁରା ଭକ୍ତଚରଣ, ପୁଅ ଅଙ୍କିତ ଓ ନାତି ରାଖାଲ ମାଇତି ପ୍ରମୁଖ ସହଯୋଗ କରିଥିଲେ । ଏହା କୋରନା ଯୋଦ୍ଧା ପାଇଁ ପ୍ରଥମ ଶହୀଦ ସ୍ମୃତିସ୍ତମ୍ଭ ବୋଲି ଶିଳ୍ପୀ ଶ୍ରୀ ଦାସ ଦାବୀ କରିଥିବା ବେଳେ ଆଗାମୀ ଦିନରେ ଏହାକୁ ଅଧିକ ସୁନ୍ଦର ଓ ଆକର୍ଷଣୀୟ କରାଯାଇ କୋରନା ଶହୀଦଙ୍କ ପ୍ରତିମୂର୍ତ୍ତି ଓ ବିବରଣୀ ସବୁ ସ୍ଥାନିତ କରାଯିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।


Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.