ଲକଡାଉନ ଯୋଗୁଁ ବୁଡିଲାଣି କୌଳିକ ବୃତ୍ତି : ସହାୟତା ପାଇଁ ନିବେଦନ କଲେ କଳିଙ୍ଗ ବାରିକ ସେବା ସଂଘ

ରାୟଗଡ,୨/୫: ଲକଡାଉନରେ ନିଜର କୌଳିକ ବୃତ୍ତି ହରାଇଛନ୍ତି ସେଲୁନ ଦୋକାନୀମାନେ । ଫଳରେ ରୋଜଗାରର ବାଟ ବନ୍ଦ ରହିଥିବା ଯୋଗୁଁ ନିଜର ଓ ନିଜ ପରିବାର ସଦସ୍ୟଙ୍କ ଜୀବିକା ନେଇ ଚିନ୍ତାରେ ପଡିଛନ୍ତି ରାୟଗଡ ଜିଲ୍ଳା ଜେକେପୁର ସ୍ଥିତ କଳିଙ୍ଗ ବାରିକ ସେବା ସଂଘ । ବର୍ତମାନ ଲକଡାଉନ ଅବଧି ମେ’୧୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇବାକୁ ଯାଉଛି । ଯାହାକୁ ନେଇ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି କଳିଙ୍ଗ ବାରିକ ସେବା ସଂଘର ସଦସ୍ୟମାନେ ।

Omkar Vasthu
Omkar Vasthu

କୋଭିଡ-୧୯ର ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ କଡାକଡି ଭାବେ ପାଳନ କରିବୁ ଓ ସାମାଜିକ ଦୂରତା ବଜାୟ ରଖି ଦୋକାନ ଖୋଲିବାକୁ ଅନୁମତି ପାଇଁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଅପରପକ୍ଷେ ଯଦି ଦୋକାନ ଖୋଲିବା ପାଇଁ ଅନୁମତି ସମ୍ଭବପର ନୁହେଁ ତାହାହେଲେ ପ୍ରଶାସନ ତରଫରୁ ଜୀବନ ଜୀବିକା ପାଇଁ କିଛି ସାହାର୍ଯ୍ୟ ସହଯୋଗ ପ୍ରଦାନ ପାଇଁ ନିବେଦନ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ଲକଡାଉନ ଆରମ୍ଭ ଦିନରୁ ସେଲୁନ ଦୋକାନଗୁଡିକ ବନ୍ଦ ରହିଥିବାରୁ ବାରିକମାନଙ୍କ ରୋଜଗାର ପ୍ରଭାବିତ ହୋଇଛି । ପରିବାରଙ୍କ ଭରଣ ପୋଷଣ କରିବା ପାଇଁ ଏବେ ବିଭିନ୍ନ ଅସୁବିଧା ମୁଣ୍ଡ ଟେକିବାରେ ଲାଗିଛି । ଧୀରେ ଧୀରେ ଆର୍ଥିକ ଅଭାବ ସମସ୍ୟା ବୃଦ୍ଧି ପାଇବା ସହ ଅଭାବ ଅନଟନ ଦେଖାଦେଲାଣି ବୋଲି ମଧ୍ୟ ଉଲ୍ଳେଖ କରିଛନ୍ତି । ବର୍ତମାନ ପୁଣି ଥରେ ଲକଡାଉନ ଅବଧିର ଦ୍ୱିତୀୟ ପର୍ଯ୍ୟାୟ ଆଜି ମେ’୩ତାରିଖରେ ଶେଷ ହେବାକୁ ଥିବା ବେଳେ ପୁଣି ଆସନ୍ତା ମେ’୪ତାରିଖ ଠାରୁ ଆଗାମୀ ଦୁଇ ସପ୍ତାହ ମେ’୧୭ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଲକଡାଉନ ସମୟ ସୀମାକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ଏବଂ ଗ୍ରୀନ ଜୋନରେ ଥିବା ଜିଲ୍ଳାଗୁଡିକରେ ଲକଡାଉନ ନିୟମରେ କିଛି କୋହଳ କରିଛନ୍ତି । ତେବେ ସେଲୁନ ଦୋକାନ ଖୋଲିବା ପାଇଁ ବାରଣ କରାଯାଇଥିବାରୁ ରାୟଗଡ ଜିଲ୍ଳାର କଳିଙ୍ଗ ବାରିକ ସେବା ସଂଘର ସଦସ୍ୟ ଓ ତାଙ୍କ ପରିବାର ମାନେ ଦୁର୍ଦ୍ଦିନରେ ଜୀବିକା କାଟୁଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡ ଜିଲ୍ଳାର ଜେକେପୁର, କୋଲନରା, ଥେରୁବାଲି, ଡୁକୁଲଗୁଡା ଆଦି ଗ୍ରାମରେ ଥିବା ପାଖାପାଖି ୪୫ଟି ସେଲୁନ ଦୋକାନଗୁଡିକର ୭୬ଜଣ ସଭ୍ୟ କଳିଙ୍ଗା ବାରିକ ସେବା ସଂଘରେ ରହିଛନ୍ତି । ବିଶେଷ କରି ସେଲୁନ ଦୋକାନଗୁଡିକ ଖୋଲା ରହିଲେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଏହା ଗୋଷ୍ଠିଗତକୁ ସଂକ୍ରମିତ ହେବାର ଆଶଙ୍କା ନେଇ ସରକାରଙ୍କ ପକ୍ଷରୁ ଏହି ଦୋକାନଗୁଡିକ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ମାରକପତ୍ର ପ୍ରଦାନ ବେଳେ ସଂଘର ସଭାପତି ଜି.ରଘୁ, ସଂପାଦକ ଟି.ସମୀର ରାଓଙ୍କ ସମେତ ଆରଏସ. ରାଓ, ଇ.ଭେଙ୍କେଟ ରାଓ, କେ.ଆପାରାଓ, ଏମ.ଆପଲାସ୍ୱାୀ, କେ.ଜଗଦୀଶ, କେ.ରାମୁ, ପି.ସନ୍ତୋଷ, ଆର.ଆପାରାଓ, ଏନ. ସୂର୍ଯ୍ୟାନାରାୟଣଙ୍କ ସମେତ ଅନ୍ୟ ସଭ୍ୟମାନଙ୍କ ସହ ହଳଧର ମିଶ୍ର ଉପସ୍ଥିତ ରହିଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.