ଉଗ୍ରରୂପ ନେଉଛି ଟିଟିଲାଗଡ ଜିଲ୍ଲା ଦାବି : ପଞ୍ଚାୟତ ଗୁଡିକ ରେ ଝୁଲିଲା ତାଲା

ଟିଟିଲାଗଡ,୪/୧ : 

Omkar Vasthu
Omkar Vasthu

ଟିଟିଲାଗଡ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ଜୋରଦାର ହେବାସହ ଧିରେ ଧିରେ ଉଗ୍ର ରୂପ ଧାରଣ କରୁଛି । ଏଠାରେ ସୂଚନା ଯୋଗ୍ୟଯେ ଦିର୍ଘ ଦିନ ଧରି ଟିଟିଲାଗଡ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି କରିଆସୁଥିବା ବେଳେ ବିଭିନ୍ନ ଅନୁଷ୍ଠାନ ଗୁଡିକ ସମର୍ଥନ ଦେଇ ଆସୁଛନ୍ତି, ତେବେ ସରକାର ଏ ପର୍ଯ୍ୟନ୍ତ ସ୍ପଷ୍ଟ ଆଭିମୁଖ୍ଯ ଗ୍ରହଣ କରିନଥିବାରୁ ଜନ ଅସନ୍ତୋଷ ବଢିବାରେ ଲାଗିଛି। ୬୪ ଦିନ ହେଲା ଟିଟିଲାଗଡ ରେ କୋର୍ଟ, କଚେରୀ, ବ୍ଲକ, ମୁନିସିପାଲିଟି ବନ୍ଦ ଥିବା ବେଳେ ଗତକାଲି ଟିଟିଲାଗଡ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ଓ ଟିଟିଲାଗଡ ୟୁଥ ମାସ୍ ର ସଦସ୍ୟ ମାନେ ମିଶି ଏହି ବ୍ଲକ ଅନ୍ତର୍ଗତ ନାରେନ, ମନିଗାଁ, ମହୁଲପଡା, ଖୋଲାନ, ସିହିନି, ଜଗୁଆ, ବାନ୍ଦୁପଲା, ଶଗଡଘାଟ ଆଦି ଗ୍ରାମ ପଞ୍ଚାୟତ ମାନଙ୍କରେ ତାଲା ପକାଇଛନ୍ତି ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ ଅନ୍ୟ ସମସ୍ତ ପଞ୍ଚାୟତ ମାନଙ୍କରେ ତାଲା ପକାଇବା ଜଣା ପଡିଛି ।

Pearl dental clinic
Near Ashish Medical Store, Bhawanipatna

ଅପରପକ୍ଷରେ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ବନ୍ଦ ଅଛି ହେଲେ ବିଡିଓ ଶ୍ରୀ ମୋତିଲାଲ୍ ସୁଲିଆ ସରକାରଙ୍କ କାଲିଆ ଯୋଜନା କୁ ନେଇ ନିଜ ବାସଭବନରେ ଏକ ବୈଠକ ରଖିଥିଲେ ଏଥିରେ ବିଡିଓଙ୍କ ସହ ବ୍ଲକ କାର୍ଯ୍ୟାଳୟ ର ଅଧିକାରୀ ତଥା ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କ ର ପ୍ରତିଷ୍ଠାତା ପ୍ରବନ୍ଧକ ରବିନ୍ଦ୍ର ସାହୁ, ଟିଟିଲାଗଡ ଶାଖା ପରିଚାଳକ ଅନନ୍ତ ରଣା ପ୍ରମୁଖ ଉପସ୍ଥିତ ଥିଲେ । ଖବର ପାଇ କ୍ରୀୟାନୁଷ୍ଠାନ କମିଟି ର ସଦସ୍ୟ ମାନେ ବିଡିଓଙ୍କ ବାସଭବନକୁ ଯାଇ କାକାର୍ଯ୍ୟକ୍ରମକୁ ବିରୋଧ କରିବାସହ ବିଡିଓଙ୍କୁ ଚେତାବନୀ ଦେଇଥିଲେ ଯେ ଆଗକୁ ଯଦି କୌଣସି ପ୍ରକାର ସରକାରୀ କାର୍ଯ୍ୟକ୍ରମ କରିବାକୁ ଚେଷ୍ଟା କରିବେ ତେବେ ଆଗକୁ ଆନ୍ଦୋଳନ ଭିନ୍ନ ମୋଡ ନେବ ଓ ଏଥିପାଇଁ ବ୍ଲକ ପ୍ରଶାସନ ତଥା ସରକାର ଦାୟୀ ରହିବେ । ଗତ ଦୁଇ ମାସ ଧରି ଟ୍ରେଜେରୀ ବନ୍ଦ ଥିବାରୁ ଟିଟିଲାଗଡ ନ୍ୟାୟାଳୟ ର ବିଚାରପତି ମାନଙ୍କ ଦରମା ନ ମିଳିବାରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିବାରୁ ଜିଲ୍ଲା କ୍ରୀୟାନୁଷ୍ଠାନ କମିଟିର ସଦସ୍ୟ ମାନଙ୍କୁ କହିଥିଲେ ।ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି ର ସଦସ୍ୟ ମାନେ ତାଙ୍କୁ ଆଉ କିଛି ଦିନ ଧର୍ଯ୍ୟ ଧରିବା ପାଇଁ କହିଥିଲେ ।ଏନେଇ ଟିଟିଲାଗଡ ୟୁଥ ମାସ୍ ର ସକ୍ରିୟ ସଦସ୍ୟ ଶ୍ରୀଯୁକ୍ତ ବିଜୟ ମେହେର ଙ୍କୁ ପଚାରିବାରୁ ସେ କହିଥିଲେ ଯେ “ଟିଟିଲାଗଡ଼ ଉପଖଣ୍ଡ ନେ ଏବେ ଜିଲ୍ଳା ଲଢେଇ ନିର୍ଣ୍ଣାୟକ ମୋଡ଼ କେ ପହଞ୍ଚି ଗଲାନ ଆଉ ଜିଲ୍ଲା ଏବେ ନାଇଁ ତ ଫେର କେବେ ନାଇଁ, କର ବା ମର ର ଡାକରା ଦିଆହେଇଛେ । ସରକାର ଆମର ୨୬ ବରଷ୍ ପୁରନା ନ୍ୟାର୍ଯ୍ୟ ଦାବି କେ ପୁରଣ ନାଇ କରବାର , ବାରମ୍ବାର ପ୍ରତାରଣା କରୁଛନ ବୋଲି ବନ୍ଦ ପଦକ୍ଷେପ ନେବାକେ ବାଧ୍ୟ ହଉଛୁ ।

Udyog Nursery
Udyogi Nursery

ଦରକାର ହେଲେ ଆଗାମୀ ଦିନ ନେ  ଟିଟିଲାଗଡ ଉପଖଣ୍ଡ ପୁରାପୁରି ଭାବେ ଜନସାଧାରଣ ସହଯୋଗରେ ବନ୍ଦ ହେବା ଆଉ ବିକ୍ଷୋଭ ପ୍ରଦର୍ଶନ କରାହେବା ଜନସାଧାରଣ, କର୍ମଜୀବୀ ମାନେ ଦୁଃଖ କଷ୍ଟ ସହି ସହଯୋଗ କରୁଥିବାର ଲାଗି ତାଙ୍କୁ କ୍ରିୟାନୁଷ୍ଠାନ କମିଟି ଆଡୁ ଅଶେଷ ଅଶେଷ ଧନ୍ୟବାଦ । ଆଉ କିଛି ଦିନ ର ସଂଘର୍ଷ ଜାରି ରଖଲେ ଆମେ ନିଶ୍ଚେ ଜିଲ୍ଲା ହାସଲ କରମା ବୋଲି ଆମର ଦୃଢ ବିଶ୍ବାସ ଅଛେ ।” ବୋଲି ପ୍ରକାଶ କରିଛନ୍ତି ।

ଟିଟିଲାଗଡ ରୁ ଭିଷ୍ମସେନ୍ ମହାକୁରଙ୍କ ରିପୋର୍ଟ Odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.