ନର୍ଲା ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ



କଳାହାଣ୍ଡି, ୧୧/୧୧:
ପଂଚାୟତ ସମିତି ସରକାରୀ ହାଇସ୍କୁଲ, ନର୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି ନର୍ଲା ବ୍ଲକ୍ ସ୍ତରୀୟ ବିଜ୍ଞାନମେଳା । ଏହି ମେଳାର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୌଡ଼ିଆ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ନିରୁପମା ଦୋରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ଚାନ୍ଦ ଓ ବ୍ଲକ୍ ପ୍ରାଣୀଧନ ଅଧିକାରୀ ରଂଜିତା ଦିଗା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ନର୍ଲା ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ବ୍ଲକ୍ ବିଜ୍ଞାନ ସାଧନ କେନ୍ଦ୍ରର ସଭାପତି ବିଜୟ ସେନାପତି ସଭାପତିତ୍ୱ କରିଥିଲେ। ଏହି ବିଜ୍ଞାନ ମେଳାରେ ବିଭିନ୍ନ ବିଦ୍ୟାଳୟର ୬୧ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

ବିଚାରକ ଭାବେ ବିଜ୍ଞାନ ଶିକ୍ଷକ ସମୀର କୁମାର ବେହେରା, ବୀରେନ୍ଦ୍ର ଆଚାର୍ଯ୍ୟ, ତପନ ବିହାରୀ ମିଶ୍ର ଓ କୁବେର ନାଏକ ଯୋଗ ଦେଇ ପ୍ରକଳ୍ପଗୁଡ଼ିକୁ ମୂଲ୍ୟାୟନ କରିଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ସମ୍ମାନିତ ଅତିଥି ଭାବେ ବ୍ୟାଙ୍କ୍ ଅଧିକାରୀ ପୂଜା ଅଗ୍ରୱାଲ ଓ ବ୍ଲକ୍ ଶିକ୍ଷା ଅଧିକାରୀ ନିରୁପମା ଦୋରା ଯୋଗଦାନ କରିଥିଲେ। ବିଜ୍ଞାନ ବିନା କିଛି ବି ସମ୍ଭବ ନୁହଁ ତେଣୁ ସମସ୍ତଙ୍କ ମନରେ ବୈଜ୍ଞାନିକ ମନୋବୃତ୍ତି ରହିବା ଦରକାର ବୋଲି ଅତିଥିଗଣ ପ୍ରକାଶ କରିଥିଲେ। ଜିଲ୍ଲାସ୍ତରକୁ ଗଣେଶ ଜୈନ, ସାଇଶକ୍ତି ତ୍ରିପାଠୀ, ହିତେଶ ବେହେରା, କାହ୍ନୁ ଦାସ, ବର୍ଷା ସାହୁ, କ୍ରୀଷ୍ଣା ଭୋଇଙ୍କ ପ୍ରକଳ୍ପ ମନୋନୀତ ହୋଇ ଥିଲା। କାର୍ଯ୍ୟକ୍ରମକୁ ବ୍ଲକ୍ ବିଜ୍ଞାନ କେନ୍ଦ୍ରର ସମ୍ପାଦକ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ପରିଚାଳନା କରିଥିଲେ। ମୃତ୍ୟଞ୍ଜୟ ବେହେରା, ତେଜରାଜ ସାହୁ, ସୁବାସ ଚନ୍ଦ୍ର ପଧାନ, ଭବାନୀ ନାୟକ, ନୀଳାଞ୍ଜନା କୁଣ୍ଡୁ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସହଯୋଗ କରିଥିଲେ।