କରୋନା : ବିଜୁ ଯୁବ ଜନତା ଦଳ ଆରମ୍ଭ କଲା ପଥ-ଚିତ୍ର ସଚେତନତା


● ସହରର ବିଭିନ୍ନ ଛକର ରାସ୍ତା ଉପରେ ଆଙ୍କିଲେ ଆଓ୍ଵାରନେସ୍ ମେସେଜ୍
● ବିଓ୍ଵାଇଜେଡି ସଭାପତି ଶୁଭେନ୍ଦୁ ମଙ୍ଗରାଜ ନେଲେ ନେତୃତ୍ୱ

ବାଲେଶ୍ଵର,୧୨/୫(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): କରୋନା ଭୂତାଣୁର ଭୟାବହତାରୁ ବର୍ତ୍ତିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ କରାଯାଉଥିବା ବେଳେ ବିଜୁ ଯୁବ ଜନତାଦଳ ପକ୍ଷରୁ ବାଲେଶ୍ଵର ସହରରେ ଆରମ୍ଭ ହୋଇଛି ଏକ ପଥ-ଚିତ୍ର ସଚେତନତା କାର୍ଯ୍ୟକ୍ରମ।

ଗତକାଲି ଅପରାହ୍ନରେ ସ୍ଥାନୀୟ ଷ୍ଟେସନ ଛକରେ ବାଲେଶ୍ଵର ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଶୁଭେନ୍ଦୁ ମଙ୍ଗରାଜଙ୍କ ନେତୃତ୍ବରେ ଏକ ପଥ ଚିତ୍ରାଙ୍କନ କାର୍ଯ୍ୟକ୍ରମ ମାଧ୍ୟମରେ ବାଲେଶ୍ଵର ପୌରାଂଚଳର ପ୍ରମୁଖ ରାସ୍ତା ଗୁଡ଼ିକ ଉପରେ ସଚେତନତା ମୂଳକ ପଥଚିତ୍ରାଙ୍କନ କରାଯାଇଥିଲା।

ସାଧାରଣ ଜନତାକୁ ମହାମାରୀ କୋରନା ଠୁ ଦୂରେଇ ରଖିବା ପାଇଁ ଏହା ଏକ ସଚେତନତା କାର୍ଯ୍ୟକ୍ରମ ବୋଲି ଆୟୋଜନ କହିଛନ୍ତି। ଏଥିରେ ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବାଲେଶ୍ଵର ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନା, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ଵର ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ସରୋଜିନୀ ନାୟକ ଉପସ୍ଥିତ ରହି ସାଧାରଣ ଜନତାଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ।

ବିଜୁ ଯୁବ ଜନତା ଦଳର ନଗର ସଭାପତି ସଂଜୀବ ଦାସ, ଉପ ସଭାପତି ଶେଖ ଅନସାର ଅଲ୍ଲୀ, ବିକାଶ ବଂସଳ ବେହେରା, ମନୋଜ ଆଚାର୍ଯ୍ୟ, ଅରୁଣ କୁମାର ସ୍ବାଇଁ, ପ୍ରତୀକ ପଟ୍ଟନାୟକ, ସମୀର ଦାସ, ଶୁଭମ୍ ସାଇ ମହାପାତ୍ର, ହ୍ରିତିକ ନାୟକ, ଅଭିଜିତ ବିଶ୍ଵାଳ ପ୍ରମୁଖ ବହୁ ଯୁବନେତା ଏଥିରେ ସହଯୋଗ କରିଥିଲେ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta