ବିଶ୍ୱ ତମାଖୁ ବର୍ଜନ ଦିବସରେ ସଚେତନତା ରଥର ଶୁଭାରମ୍ଭ

ବୃଦ୍ଧି ପାଉଛି ତମାଖୁ ସେବନକାରୀଙ୍କ ସଂଖ୍ୟା

ଲକ୍ଷାଧିକ ଟଙ୍କାର ତମାଖୁ ସାମଗ୍ରୀ ଜବତ କରୁଛି ପୋଲିସ

ରାୟଗଡ,୩୧/୫ : ରାୟଗଡ ଜିଲ୍ଳା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତମାଖୁ ବ୍ୟବହାର ଦ୍ୱାରା ମଣିଷ ଶରୀରର ଫୁସଫୁସ୍ ଓ ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟେଙ୍ଗର ମଧ୍ୟ କ୍ଷତି ହୋଇଥାଏ ଏବଂ ବର୍ତମାନ ଧୂମପାନ ଓ ତମାଖୁ ବ୍ୟବହାର ଦ୍ୱାରା କରୋନାରେ ଆକ୍ରାନ୍ତ ହେବାର ଅତ୍ୟଧିକ ଆଶଙ୍କା ରହିଥିବାରୁ ତମାଖୁ ବ୍ୟବହାରକାରୀମାନେ ତମାଖୁ ସେବନ ପରିତ୍ୟାଗ କରିବା ପାଇଁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ତମାଖୁ ନିବାରଣ କେନ୍ଦ୍ରରେ ବିନା ମୂଲ୍ୟରେ ସେବା ଉପଲବ୍ଧ ରହିଥିବା ନେଇ ସଚେତନତା ରଥ ମାଧ୍ୟମରେ ଏହାର ବହୁଳ ପ୍ରଚାର ପ୍ରସାର କରାଯିବା ପାଇଁ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍ତବନ୍ଧୁ ନାୟକ ସବୁଜ ପତାକା ଦେଖାଇ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ ।

ବିଶେଷ କରି ଧୂମପାନ ବେଳେ ହାତ ପାଟି ପାଖିକୁ ଆଣିବା ଦ୍ୱାରା କରୋନା ଭୂତାଣୁ ଶରୀର ମଧ୍ୟରେ ପ୍ରବେଶ କରିବାର ବହୁ ସମ୍ଭାବନ ଥାଏ । ସେହିପରି ତମାଖୁ ଦ୍ରବ୍ୟ ଯଥା ହୁକ୍କା, ପାଇପ ଅନ୍ୟ ସହ ଲାଗିବା ଦ୍ୱାରା ତାହିଁରେ ମଧ୍ୟ କରୋନା ଭୂତାଣୁ ଲୋକମାନଙ୍କ ମଧ୍ୟରେ ସଂଚାରିତ ହୋଇଥାଏ ବୋଲି ସଚେତନତା ରଥ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ । ଏହି ରଥଟି ରାୟଗଡ ସହରର ସମସ୍ତ ୱାର୍ଡ ବୁଲିବ ବୋଲି ବିଭାଗ ପକ୍ଷରୁୂ ସୂଚନା ମିଳିଛି । ଅପରପକ୍ଷେ ରାୟଗଡ ଜିଲ୍ଳାରେ ଲକଡାଉନ ସମୟରେ ଗୁଟଖା ତଥା ତମାଖୁ କଳାବଜାରୀର ଅଧିକ ମାତ୍ରରେ ବୃଦ୍ଧି ପାଇଛି । ଯାହାକୁ ନେଇ ଜିଲ୍ଳା ପୋଲିସ ତରଫରୁ ଜିଲ୍ଳାର ବିଭିନ୍ନ ଅଂଚଳରେ ଚଢାଉ କରାଯାଇ ଲକ୍ଷ ଲକ୍ଷ ଟଙ୍କାର ଗୁଟଖା ଓ ତମାଖୁ ଜବତ କରାଯାଉଛି । ଫଳରେ ଜଣାପଡୁଛି ଯେ,ଜିଲ୍ଳାରେ ତମାଖୁ ବ୍ୟବହାରକାରୀଙ୍କ ସଂଖ୍ୟା ଆଶା ଠାରୁ ଢେର ଅଧିକ । ତେବେ ମିଳିଥିବା ସୂଚନା ପ୍ରକାରେ ମାତ୍ର ୫୧ଜଣଙ୍କୁ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କେମୋଥେରାପି ଚିକିତ୍ସା କରାଯାଉଛି ।

ତମାଖୁ ନିବାରଣ ପାଇଁ ଜିଲ୍ଳାସ୍ତରରେ ଗଠନ ହୋଇଥିବା ଟିମ୍‌ଗୁଡିକର ଚଢାଉ ଠିକ୍ ସେ ହେଉ ନ ଥିବାରୁ ସରକାରଙ୍କ ନିୟମ ଉଂଲଘନ କରି ବ୍ୟବସାୟୀମାନେ ଏହାର ବହୁଳ ବିକ୍ରି କରୁଛନ୍ତି । ମୁଖ ଗହ୍ୱର କର୍କଟ ଓ ଫୁସଫୁସ କର୍କଟ ରୋଗକୁ ନିମନ୍ତ୍ରଣ କରାଯାଉଛି । ଶିକ୍ଷାନୁଷ୍ଠାନଗୁଡିକ ଠାରୁ ୧୦୦ମିଟର ଦୂରତା ମଧ୍ୟରେ କେହି ବି ବ୍ୟବସାୟୀ ତମାଖୁଜନିତ ସାମଗ୍ରୀ ଯଥା ପାନମସଲା, ଜର୍ଦ୍ଦା, ଖଇନି, ସିଗାରେଟ, ଗୁଟଖା ଆଦି ଉପରେ ବିକ୍ରି ନିଷେଧ କରାଯାଇ ଥିଲେ ସୁଦ୍ଧା ରାୟଗଡ ଜିଲ୍ଳାରେ ଏହାର ବ୍ୟତିକ୍ରମ ଦେଖାଦେଉଛି । ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁୁ ଜିଲ୍ଳାର ବିଭିନ୍ନ ସ୍ଥାନରେ ତମାଖୁ ଚଢାଉ ଅଭିଯାନ ଜାରି ରଖାଯାଇ ବ୍ୟବସାୟୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଏହା କିଛି ମାତ୍ରରେ ହ୍ରାସ ପାଇପାରିବ ଏବଂ ଏହାର କୁପ୍ରଭାବକୁ ମଧ୍ୟ ଏଡାଇ ଦିଆଯାଇପାରିବ ବୋଲି ବୁଦ୍ଧିଜୀବିମାନେ ମତ ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.