ରେମୁଣା ଶ୍ରୀଜଗନ୍ନାଥ ମନ୍ଦିରରେ ଉଦଘାଟିତ ହେଲା ପଟିଦିଅଁ ଅଙ୍କନ ଉତ୍ସବ

● ଉତ୍ସବର ଶୋଭା ବର୍ଦ୍ଧନ କଲେ ନୀଳଗିରି ରାଜା ଓ ରାଣୀ

ବାଲେଶ୍ଵର ୩୧/୫: (କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଜଗନ୍ନାଥ ସଂସ୍କୃତିର ଅନନ୍ୟ ଚିତ୍ର ପରମ୍ପରା ପଟିଦିଅଁ ଅଙ୍କନ ଉତ୍ସବ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆନୁଷ୍ଠାନିକ ଭାବେ ଆଜି ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ପ୍ରତିବର୍ଷ ପରି ଚଳିତ ବର୍ଷ ବାଲେଶ୍ବରୀ କଳା କେନ୍ଦ୍ର ଓ ନୋସି ଇମ୍ଫ୍ରାର ମିଳିତ ଆନୁକୂଲ୍ୟରେ ମଇ ୩୧ ରବିବାର ଅପରାହ୍ନ ୪ ଘଟିକାରେ ଷଷ୍ଠ ପଟିଦିଅଁ ଅଙ୍କନ ଉତ୍ସବ ରେମୁଣା ଗୋଲେଇ ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ମଙ୍ଗଳପୁର ଜଗନ୍ନାଥ ମନ୍ଦିର ପରିସରରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛ।

Pearl dental clinic
Near Ashish Medical Store, Bhawanipatna

ଏଥିରେ ନୀଳଗିରି ରାଜା ଜୟନ୍ତ ମର୍ଦ୍ଦରାଜ ଓ ରାଣୀ ମନୋଜା ମଞ୍ଜରୀ ଦେବୀ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପଟିଦିଅଁ ଅଙ୍କନ ଉତ୍ସବର ଆବାହକ ଶିଳ୍ପୀ କେଶୁଦାସ ପୌରୋହିତ୍ୟ କରିଥିଲେ।

Udyog Nursery
Udyogi Nursery

ମଙ୍ଗଳପୁର ଜଗନ୍ନାଥ ମନ୍ଦିରର ସେବକ ମନୋରଞ୍ଜନ ସାହୁ, ଅଭିମନ୍ୟୁ ସାହୁ, ପଟିଦିଅଁ ଅଙ୍କନର ଚିତ୍ରକର ପ୍ରୀତମ ନାୟକ, ଅରୁଣ ବାରିକ, ପ୍ରବୀର ପାତ୍ର, ଦିବ୍ୟ ରାଉତ, ଗୋପାଳ ପରିଡ଼ା, ହିମାଂଶୁ ବଇଠା, ଆଦିତ୍ୟ ଉପାଧ୍ୟାୟ ପ୍ରମୁଖ ଯୋଗଦେଇ ପଟିଦିଅଁ ପରମ୍ପରା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।

ଚଳିତ ବର୍ଷ ପଟିଦିଅଁ ଅଙ୍କନ କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖରୁ ୫ ତାରିଖ (ସ୍ନାନ ପୂର୍ଣ୍ଣିମା) ପର୍ଯ୍ୟନ୍ତ ମଙ୍ଗଳପୁର ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହେବ । ବାଲେଶ୍ବରର ୫ଟି ଜଗନ୍ନାଥ ମନ୍ଦିର ଯଥା ନୀଳଗିରି, ଶାସଙ୍ଗ, ଜୟଦେବ କସବା, ମଙ୍ଗଳ ପୁର ଓ ଦୁବଲାଗଡି ଜଗନ୍ନାଥ ମନ୍ଦିର ମାନଙ୍କର ପଟିଦିଅଁ ଅଙ୍କନ କରାଯିବ । ଲକଡାଉନର ସରକାରୀ ନିୟମକୁ ପାଳନ କରାଯାଇ କାର୍ଯ୍ୟକ୍ରମ କରାଯିବ ବୋଲ ସ୍ଥିର କରାଯାଇଛି ।

ଏଥିରେ ମନ୍ଦିରର ପୂଜକଙ୍କ ସମେତ ନୀଳଗିରି ଜଗନ୍ନାଥ ମନ୍ଦିର ର ସେବାୟତ ପୁଣ୍ୟଶ୍ଳୋକ ନନ୍ଦ, ନିରଞ୍ଜନ ଗିରି, ନିରଞ୍ଜନ ସାହୁ, ସଞ୍ଜୁଲତା ସାହୁ, ରାଜଶ୍ରୀ ସାହୁ, ସଞ୍ଜୁତା ଭୁକ୍ତା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବାଲେଶ୍ବର ଇସ୍କନ ସଦସ୍ୟ ଜିତାମିତ୍ର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.