କୋଭିଡ୍–୧୯ ପରୀକ୍ଷଣ କେନ୍ଦ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

● ଦାବି ପୂରଣ ନହେଲେ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ହେବ ଗଣଧାରଣା, କ୍ରିୟାନୁଷ୍ଠାନ କମିଟିର ଚେତାବନୀ

ବାଲେଶ୍ବର,୪/୬(କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ): ଫକୀରମୋହନ ମେଡିକାଲ୍ କଲେଜ୍ ପରିସରରେ ଗତ ୩୧ ତାରିଖ ଦିନ ସନ୍ଧ୍ୟାରେ କୋଭିଡ଼୍–୧୯ ସଂକ୍ରମିତଙ୍କ ସ୍ବାବ୍ ପରୀକ୍ଷା ପାଇଁ ବାଲେଶ୍ବର ଜିଲ୍ଲାପାଳ ଏକ ପରୀକ୍ଷଣ କେନ୍ଦ୍ର ଉଦ୍‌ଘାଟନ କରିଥିଲେ। କିନ୍ତୁ ଗତ ଦୁଇଦିନ ଧରି ଏହି ପରୀକ୍ଷା କେନ୍ଦ୍ରକୁ କାର୍ଯ୍ୟକ୍ଷମ କରାଯାଇ ନାହିଁ କିମ୍ବା କୌଣସି ପରୀକ୍ଷଣ କାର୍ଯ୍ୟ ହୋଇ ନାହିଁ। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ତୁରନ୍ତ ରୋଗୀର ଆବଶ୍ୟକୀୟ ପରୀକ୍ଷା ଓ ଚିକିତ୍ସାର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ବାଲେଶ୍ବରରେ ଚିହ୍ନଟ ରୋଗୀମାନଙ୍କର ସ୍ବାବ୍ ପରୀକ୍ଷା ଭୁବନେଶ୍ବରରେ କରାଯାଉଛି। ତେଣୁ ପରୀକ୍ଷାର ଫଳାଫଳ ଓ ଚିକିତ୍ସା ସେବା ବିଳମ୍ବିତ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବୁଧବାର ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକଙ୍କ ଜରିଆରେ ବାଲେଶ୍ବର ସରକାରୀ ମେଡିକାଲ୍ କଲେଜ୍ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଗତ ୩୧ତାରିଖରେ ଜିଲ୍ଲାପାଳଙ୍କ ଦ୍ବାରା ଉଦ୍‌ଘାଟିତ ପରୀକ୍ଷଣ କେନ୍ଦ୍ରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଇଛି। କମିଟିର ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଅବସରରେ ଜିଲ୍ଲାବାସୀଙ୍କ ଉଦ୍‌ବେଗ ସଂପର୍କରେ ଅବଗତ କରାଇଥିଲେ। ତୁରନ୍ତ ଏହି ପରୀକ୍ଷଣ କେନ୍ଦ୍ର ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିନିଧିମାନଙ୍କୁ ସୂଚନା ଦେଇଥିଲେ। ଆସନ୍ତା ରବିବାର ସୁଦ୍ଧା ଏହା କାର୍ଯ୍ୟକ୍ଷମ ନହେଲେ ସୋମବାର ଦିନରୁ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ଗଣଧାରଣା ପାଇଁ କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି।

Udyog Nursery
Udyogi Nursery

ଏହି ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ପ୍ରଫେସର ଅନନ୍ତ କୁମାର ପ୍ରଧାନ, ସାଧାରଣ ସଂପାଦକ ନିରଞ୍ଜନ ପରିଡ଼ାଙ୍କ ସମେତ ପ୍ରଦୀପ ଦାସ, ଗୌରାଙ୍ଗ ପାଣିଗ୍ରାହୀ, ଶ୍ରଦ୍ଧାଞ୍ଜଳି ରାୟ, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ଜେନା, ଅକ୍ଷୟ ତ୍ରିପାଠୀ, ସୀତାରାମ ପ୍ରଧାନ, ଇଂ. ବନମାଳୀ ନାୟକ, ସେକ୍ କରିମ୍, ବସନ୍ତ ନାୟକ, କ୍ରୀଷ୍ଣା ଶାହା, ସୁଧାଂଶୁ ସେଠୀ, ମିନତୀ ରାୟ, ରାଜଶ୍ରୀ ବାରିକ, ସନ୍ତୋଷ ମିଶ୍ର, ପ୍ରଫୁଲ୍ଲ କୁମାର ଦାସ, ଅନ୍ତର୍ଯ୍ୟାମୀ ପ୍ରଧାନ, ଖଗେନ୍ଦ୍ର ସାହୁ ଓ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.