କଲ୍ୟାଣୀ ସାହିତ୍ୟ ପରିବାରର ଅନଲାଇନ୍ କବିତା ଆସର

● ଘରେ ଥାଇ ଯୋଗ ଦେଲେ ୧୬ କବି

ରାୟଗଡ,୮/୬(ଶିବନାରାୟଣ ଗୌଡ଼): ଦୀର୍ଘ ଦିନ ଧରି ଦେଶର ଚାରିଆଡେ ଲକ୍ ଡାଉନ୍, ଅନଲକର ଲୁଚକାଳି। ମାସ ମାସ କାଳ ନିଜ ଘରେ ସମସ୍ତେ ଯେମିତି ଗୃହବନ୍ଦୀ। ସବୁ କାମ ଠପ୍। ସାଧାରଣ ଜୀବନଯାତ୍ରାରେ ତାଲା ଝୁଲିବା ବେଳକୁ ବାକି କଥା ପଚାରେ କିଏ? ହେଲେ କଳା, ସାହିତ୍ୟ ଓ ସଙ୍ଗୀତକୁ କାନ୍ଥ କୋଣରେ ଲୁଚେଇ ରଖିବା କେବେ ସମ୍ଭବ ହୋଇନି କି ହୁଏନି। ଏଇ ଆଳରେ ସାହିତ୍ୟପ୍ରେମୀ ଭିନ୍ନ ଭିନ୍ନ କୌଶଳରେ ନିଜ ନିଜର ରୁଚି ସହ ତାଳ ଦେଇ ସୃଜନ ଦୁନିଆରେ ବେଶ୍ ସକ୍ରିୟ ରହିବା ଦେଖିବାକୁ ମିଳୁଛି।

ଇତିମଧ୍ୟରେ ରାୟଗଡ ଜିଲ୍ଲା କଲ୍ୟାଣସିଂହପୁରର କଲ୍ୟାଣୀ ସାହିତ୍ୟ ପରିବାର ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି ଏଭଳି ଏକ କାର୍ଯ୍ୟକ୍ରମ କଲ୍ୟାଣୀ ସାହିତ୍ୟ ଇ-ଆସର। ଇଣ୍ଟରନେଟ୍ ଆଧାରିତ ଜୁମ୍ ଆପ୍ ସହାୟତାରେ ଆୟୋଜିତ ଏଇ ଆସରରେ ଷୋହଳ ଜଣ କବି ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ଅନୁଷ୍ଠାନର ଆବାହକ ଶ୍ରୀଧର ପଟ୍ଟନାୟକଙ୍କ ପରିଚାଳନାରେ ନିଜ ନିଜ ଘରେ ଥାଇ କବିଗଣ କବିତା ଆସରରେ ଭାଗ ନେଇଥିଲେ। ବରିଷ୍ଠ କବି ଆଶୁତୋଷ ପାତ୍ର ଓ ନିରଞ୍ଜନ ନାୟକ ସମୀକ୍ଷକ ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଯୁବକବି ଅନିରୁଦ୍ଧ ସାମନ୍ତରା।

ଅନ୍ୟମାନଙ୍କ ମଧ୍ୟରେ ଥିଲେ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ବାଇଁ, ଚକ୍ରଧର ପାଢୀ, ପ୍ରହ୍ଲାଦ ମହାଙ୍କୁଡ, ନିରଞ୍ଜନ ବିଶ୍ବାଳ, ତେନ୍ଦୁଲକର ସାହୁ, ସାର୍ଥକ ପ୍ରସାଦ ସାହୁ, ବୀରେନ୍ଦ୍ର କୋଶଲ୍ଯା, ଅଶୋକ ପ୍ରଧାନ, ମଞ୍ଜୁଳା ସିମଳି, ବନିତା ତ୍ରିପାଠୀ, ସଂଯୁକ୍ତା ଗରଡା, ତପସ୍ବିନୀ ଖଣ୍ଡାୟୀ ପ୍ରମୁଖ। ଆଦିବାସୀ ଜନଜୀବନକୁ ନେଇ ସିନେମା କରୁଥିବା ଯୁବ କଳାକାର ସୁପ୍ରୀତ ସନ୍ତୋଷ ଏଇ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.