DLSA ତରଫରୁ ପ୍ରବାସୀ ଓ ଅସହାୟ ଶ୍ରମିକଙ୍କ ପାଇଁ ସହାୟତା କେନ୍ଦ୍ରର ଶୁଭାରମ୍ଭ

ରାୟଗଡ,୯/୬: ରାୟଗଡ ଜିଲ୍ଳାରେ ପ୍ରବାସୀ ଓ ଅସହାୟ ଶ୍ରମିକମାନଙ୍କୁ ଆଇନଗତ ସେବା ଯୋଗାଇବା ତଥା ସେମାନଙ୍କ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ପାଇଁ ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡି.ଏଲ.ଏସ.ଏ) ତରଫରୁ ସୋମବାର ଦିନ ପ୍ରଭାଗୀୟ ଶ୍ରମ ଆୟୁକ୍ତ, ରାୟଗଡଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରମିକ ସୈାଗମ୍ୟ କେନ୍ଦ୍ରରେ ସହାୟତା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ଜିଲ୍ଳା ଜଜ୍ ତଥା ଡି.ଏଲ.ଏସ.ଏ ଅଧ୍ୟକ୍ଷ ଚିତରଂଜନ ଦାଶ ଫିତା କାଟି କେନ୍ଦ୍ରର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେଜିଷ୍ଟ୍ରାର ପ୍ରତିମା ପାତ୍ର, ବିଚାର ବିଭାଗୀୟ ବିରଷ୍ଠ ଜଜ ଶତରୂପା ଶତପଥି,ବିଚାର ବିଭାଗୀୟ ପ୍ରଥମ ଶ୍ରେଣୀ ଜଜ ଶୋଭନ କୁମାର ପାଢୀ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ତ୍ରିପାଠୀ, ସହକାରୀ ଶ୍ରମ ଅଧିକାରୀ ଛୋଟରାଏ ଟୁଡୁଙ୍କ ସମେତ କୋର୍ଟର ଅନ୍ୟ ପଦାଧିକାରୀ ଓ ଶ୍ରମ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଳାରେ ପ୍ରବାସୀ ଓ ଅସହାୟ ଶ୍ରମିକମାନଙ୍କ ଯେ କୈାଣସି ଅସୁବିଧା ହେଲେ ସେମାନଙ୍କୁ ଏହି ସହାୟତା କେନ୍ଦ୍ର ମାଧ୍ୟମରେ ସେବା ଯୋଗାଇ ଦିଆଯିବ ବୋଲି ଡି.ଏଲ.ଏସ.ଏ ସଂପାଦକ ମନୋରଂଜନ ମିଶ୍ର ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.