ବାଇକ ଧକ୍କାରେ ନାବାଳକ ଓ ଚାଳକ ଗୁରୁତର

ଲାଞ୍ଜିଗଡ,୯/୬: ଲାଞ୍ଜିଗଡ ଠାରୁ ଭବାନୀପାଟଣା ଯିବା ମୁଖ୍ୟ ରାସ୍ତା ପ୍ରତାପପୁର ଗ୍ରାମର ଛକ ନିକଟରେ ନାବାଳକ ଲୋକନାଥ ମୁଣ୍ଡା(୧୭)ଙ୍କୁ ଏକ ହୋଣ୍ଡା ସାଇନ ବାଇକ ପଛପଟୁ ଧକ୍କା ଦେବା ଫଳରେ ଗୁରୁତର ଅବସ୍ଥାରେ ଲାଞ୍ଜିଗଡ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନ ଅନୁଯାୟୀ ସୋମବାର ସନ୍ଧ୍ୟା ସାଡେ ୬ ଘଣ୍ଟା ସମୟରେ ଲାଞ୍ଜିଗଡ ପଞ୍ଚାୟତ କାଶୀବାଡ଼ି ଗ୍ରାମର ନାଥ ମାଝୀଙ୍କ ପୁଅ ସଞ୍ଜୟ ମାଝୀ ନିଜ ହୋଣ୍ଡା ସାଇନ ବାଇକରେ ଲାଞ୍ଜିଗଡ ପଟୁ ବିଶ୍ୱନାଥପୁରକୁ ପୂଜା ସାମଗ୍ରୀ ଆଣିବା ପାଇଁ ଯାଉଥିଲା। ଠିକ୍ଏହି ସମୟରେ ପ୍ରତାପ ପୁର ଛକ ନିକଟରେ ରାସ୍ତା କଡ଼ରେ ଥିବା ପୋଖରୀରେ ଗାଧୋଇ ନିଜ ସାଙ୍ଗ ଦୁଇ ଜଣଙ୍କ ସହିତ ପ୍ରତାପ ପୁର ଗ୍ରାମର ମୁକୁନ୍ଦ ମୁଣ୍ଡାଙ୍କ ପୁଅ ଲୋକନାଥ ମୁଣ୍ଡା ଯାଉଥିବା ସମୟରେ ପଛପଟୁ ବାଇଟି ଧକ୍କା ଦେଇଥିଲା। ଯାହା ଫଳରେ ନାବାଳକର ମୁଣ୍ଡ, ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ସହିତ ଚାଳକ ମଧ୍ୟ ଗୁରୁତର ହୋଇପଡି ଥିଲା।

ପରେ ସ୍ଥାନୀୟ ଲୋକେ ସନ୍ଧ୍ୟା ସାଡେ ୭ ଘଣ୍ଟା ସମୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ ସରକାରୀ ମେଡିକାଲକୁ ଆଣି ଦୁହିଁଙ୍କୁ ଭର୍ତ୍ତି କରିଥିଲେ। ଦୁହିଁଙ୍କ ପ୍ରାଥମିକ ଚିକିତ୍ସା ପରେ ନାବଳର ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ଦରକାର ପଡ଼ିଲେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.