କଳାହାଣ୍ଡି ଜିଲ୍ଲା ପୋଲିସ ପକ୍ଷରୁ ଜୁନାଗଡରେ ରକ୍ତଦାନ ଶିବିର

ଜୁନାଗଡ,୯/୬: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ସ୍ବଚ୍ଛାକୃତ ରକ୍ତଦାନ ଶିବିର ସବୁ ଆୟୋଜିତ ହୋଇଆସୁଛି । ମହାମାରୀ କରୋନା ଜନିତ ତାଲାବନ୍ଦ ସମୟରେ ସାମାଜିକ ଦୂରତା ରକ୍ଷା ସହ ଏହି ଶିବିର ସବୁ ସଫଳତାର ସହ ସଂପନ୍ନ ହୋଇଛି । ଏହି କ୍ରମରେ ଆଜି ଜୁନାଗଡ ଠାରେ ଏକ ସ୍ବଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜୁନାଗଡ଼ ଅଗ୍ରସେନ ଭବନ ଠାରେ ଅଧୁନା ରକ୍ତଦାନ କରୁଛନ୍ତି । ସମସ୍ତ ରକ୍ତଦାତା ମାନଙ୍କ ମଧ୍ୟରେ ଉତ୍ସାହ ପରିଳକ୍ଷିତ ହେଉଛି । ଏହି ଶିବିରରେ କୋଭିଡ୍-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖିବାକୁ ତଥା ମାସ୍କ ବ୍ୟବହାର କରାଯିବାକୁ ଗୁରୁତ୍ଵ ଦିଆଯାଇଛି । ଏଥିରେ ଜୁନାଗଡର ଅନେକ ଅନୁଷ୍ଠାନ ସହଯୋଗ କରୁଛନ୍ତି ।

Udyog Nursery
Udyogi Nursery

ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଦଲାଲ ମାନଙ୍କର ପ୍ରାଦୁର୍ଭାବକୁ ସମାପ୍ତ କରି ଗରିବ ଓ ଅସହାୟ ରୋଗୀ ମାନଙ୍କୁ ଶୋଷଣ ମୁକ୍ତ କରି ରକ୍ତଭଣ୍ଡାରରୁ ମାଗଣାରେ ଆବଶ୍ୟକ ମୁତାବକ ରକ୍ତ ଉପଲବ୍ଧ କରାଇବା ଲକ୍ଷ୍ୟରେ ଏହି ଶିବିର ମାନଙ୍କର ଆୟୋଜନ କରାଯାଉଥିବା ଜଣାଯାଇଛି ।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.