ପୁଜାଂପାଇ ଗ୍ରାମରେ ଜୈବିକ କୃଷକ ସଂଘମାନଙ୍କୁ କୃଷି ଯନ୍ତ୍ରପାତି ପ୍ରଦାନ

ରାୟଗଡ,୧୦/୬: ରାୟଗଡ ଜିଲ୍ଳା ସଦର ବ୍ଳକ କୁମ୍ଭିକୋଟା ଗ୍ରାମ ପଂଚାୟତ ଅନ୍ତର୍ଗତ ପୁଂଜାପାଇ ଗ୍ରାମରେ ପରମ୍ପରାଗତ କୃଷି ବିକାଶ ଯୋଜନାରେ କୃଷି ଓ କୃଷକ ସଶକ୍ତିକରଣ,ଓଡିଶା ସରକାରଙ୍କ ଏବଂ ପିଡି ଆତ୍ମା, ରାୟଗଡଙ୍କ ଆର୍ଥିକ ସହାୟତାରେ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅଗ୍ରଗାମୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୈବିକ କୃଷକ ସଂଘମାନଙ୍କୁ କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ତଥା ଜିଲ୍ଳା କୃଷି ଅଧିକାରୀ ନନ୍ଦକିଶୋର ସିଂ, ବ୍ଳକ କୃଷି ଅଧିକାରୀ ଯାମୀ ସୂର୍ଯ୍ୟା ରାଓ ଏବଂ ଅଗ୍ରଗାମୀର ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ କୃଷକ ସଂଘ ମାନଙ୍କୁ ମାଣ୍ଡିଆ ମାର୍କର, ପାୱାର ସ୍ପ୍ରେୟର, ୱିଙ୍ଗ ମେଶିନ୍ ଏବଂ ଡ୍ରମ ସିଡେର ପ୍ରଦାନ କରାଯାଇଥିଲା । ଏହିପରି ଭାବରେ ରାୟଗଡ ବ୍ଳକର ପୁଂଜାପାଇ, କୁଟୁଳି, ସାନମାଣଧରା, ବଡମାଣଧରା ଏବଂ ହୁଲୁକାତୁଣ୍ଡ ଗ୍ରାମରେ ମୋଟ ଗୋଟି ଜୈବିକ କୃଷକ ସଂଘକୁ କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.