ରାସ୍ତା ଉପରେ ଜମି ରହୁଛି ପାଣି : ଡ୍ରେନ ନାହିଁ, ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

କୋକସରା,୧୦/୬: କୋକସରା ବ୍ଲକ ଗମ୍ଭାରୀଗୁଡା ପଞ୍ଚାୟତ ଓଲମା ଗାଁ ଗ୍ରାମର ମୁଖ୍ୟ ରାସ୍ତାରେ ବର୍ଷ ତମାମ ପାଣି ଜମି ରହୁଛି ତେଣୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟ ରାସ୍ତାରେ ଥିବା ନଳକୂପର ପାଣି ବୋହି ଆସୁଥିବାରୁ ରାସ୍ତାରେ ପାଣି ଜମିରହୁଛି । ଡ୍ରେନେଜ ବ୍ୟବସ୍ଥା ଥିଲେ ଏପରି ସମସ୍ୟା ଦେଖାଯାଇନଥାନ୍ତା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗ୍ରାମବାସୀଙ୍କ କହିବା ଅନୁସାରେ ବିଭିନ୍ନ ସମୟରେ ପଞ୍ଚାୟତ ପକ୍ଷରୁ ଡ୍ରେନ ନିର୍ମାଣ ପାଇଁ ଅର୍ଥ ମଞ୍ଚୁର ହୋଇ ଆସୁଥିଲେ ହେଁ କୌଣସି କାରଣ ବସତଃ ଏହା ନିର୍ମାଣ ହୋଇ ପାରୁନାହିଁ । ବିଭିନ୍ନ ସମୟରେ ଏହାର ସ୍ଥାୟୀ ସମାଧାନ ନିମନ୍ତେ ଗ୍ରାମବାସୀ ପ୍ରଶାସନ ପାଖରେ ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ଦୃଷ୍ଟି ଦେଉନଥିବା ପ୍ରକାଶ କରିଛନ୍ତି । ଫଳରେ ଖରା ବର୍ଷା ପ୍ରତ୍ୟେକ ସମୟରେ ରାସ୍ତାରୁ ପାଣି ନିଷ୍କାସନ ହୋଇନ ପାରି ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ରହିଛି । ବର୍ଷା ଦିନେ ବହୁ ଲୋକଙ୍କ ଘରେ ପାଣି ପସିବା ସହ ଯାତାୟତରେ ମଧ୍ୟ ଅନେକ ସମସ୍ୟା ସୃଷ୍ଟି ହେଉଛି । ଏମିତି କି ବର୍ଷସାରା ପାଣି ଜମି ରହୁଥିବା ଯୋଗୁଁ ମଶା ମାଛି ସଂଖ୍ୟା ବୃଦ୍ଧି ପାଇ ଅନେକ ଲୋକ ଜ୍ୱରରେ ମଧ୍ୟ ଆକ୍ରାନ୍ତ ହେଉଥିବା କହିଛନ୍ତି ।

Udyog Nursery
Udyogi Nursery

ତେବେ ଗ୍ରାମବାସୀ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ପ୍ରଶାସନ ପାଖରେ ଦାବୀ କରିଛନ୍ତି । ଏନେଇ ଗମ୍ଭାରୀଗୁଡା ସରପଞ୍ଚ ନନ୍ଦିତା ସାହୁଙ୍କୁ ପଚାରିବାରୁ ଏହା ପଞ୍ଚାୟତର ରାସ୍ତା ନୁହେଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଆସୁଛି । ତଥାପି ଆମେ ଲୋକଙ୍କ ସୁବିଧା ନିମନ୍ତେ ମରାମତି କରୁଛୁ, କିନ୍ତୁ ରାସ୍ତାର ଉଭୟ ପାଶ୍ୱର୍ରେ ଲୋକଙ୍କ ଘର ରହିଛି ତେଣୁ ପାଣି ନିଷ୍କାସନ ହେବାରେ ଅସୁବିଧା ହେଉଛି । ତଥାପି ଏହାର ସ୍ଥାୟୀ ସମାଧାନ ନିମନ୍ତେ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.