ପରଦା ପକ୍ଷରୁ ଶ୍ରମିକଙ୍କୁ ମାସ୍କ ଓ ସୁଖିଲା ଖାଦ୍ୟ ବଣ୍ଟନ

ନୂଆପଡା,୧୦/୬: ଖରିଆର ବ୍ଲକ ସରଧାପୁର ଠାରେ ପରଦା ଏନଜିଓ ଏବଂ ଆନ୍ତର୍ଜାତୀୟ ଜଷ୍ଟିସ ମିଶନ ଆନୁକୂଲ୍ୟରେ ଶ୍ରମିକ ମାନଙ୍କୁ ମାସ୍କ ଓ ସୁଖିଲା ଖାଦ୍ୟ ବଣ୍ଟନ ସହ କୋଭିଡ୍-୧୯ ମୁକାବିଲା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା । ଏଥିରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ସମ୍ବୋଧନରେ ଶ୍ରମିକ ମାନଙ୍କୁ ମହାମାରୀ କରୋନାରୁ କିପରି ଲଢେଇ କରି ହେବ ସେନେଇ ସଚେତନତା ବାର୍ତ୍ତା ଉପସ୍ଥାପନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ଅବସରରେ ଉପସ୍ଥିତ ଶ୍ରମିକଙ୍କୁ ହାତ ସାନିଟାଇଜିଙ୍ଗ କରିବା ପରେ ମାସ୍କ ପିନ୍ଧାଇ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ବିଧାୟକ ଶ୍ରୀ ପାଣିଗ୍ରାହୀ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତା ରକ୍ଷା କରିଥିଲେ । ପରଦା ଅଧକ୍ଷ ରୁଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରଧାପୁର, ରାଣୀମୁଣ୍ଡା, କିରକିଟା, ଡୁଆଝର, କାଶବାହାଲ ଓ ତୁକଲା ଅଂଚଳରେ ଶ୍ରମିକ ମାନେ ଉପସ୍ଥିତ ଥିଲେ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପରଦା କାର୍ଯ୍ୟକର୍ତ୍ତା ଦିନବନ୍ଧୁ ବାଗ ।

Udyog Nursery
Udyogi Nursery
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.