ସୃଷ୍ଟିସମ୍ଭାର ଓ ‘ଅ’ ପତ୍ରିକାର ସାହିତ୍ୟ ମହୋତ୍ସବ

କଳାହାଣ୍ଡି ୧୧/୬ : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣେଇ ‘ସୃଷ୍ଟି ସମ୍ଭାର’ ଏବଂ ‘ଅ’ ପତ୍ରିକା ମିଳିତ ଭାବେ ଡିଜିଟାଲ ମାଧ୍ୟମରେ ସପ୍ତାହବ୍ୟାପି ସାହିତ୍ୟ ମହୋତ୍ସବ ଅାୟୋଜନ କରିଥିଲେ । ଆବାହକ ତଥା ସୃଷ୍ଟି ସମ୍ଭାର ସମ୍ପାଦକ କାହ୍ନୁ ଚରଣ ସାହୁଙ୍କ ପ୍ରଚେଷ୍ଟାରେ କଳାହାଣ୍ଡିରେ ‘ଅ’ ପତ୍ରିକା ଆରମ୍ଭ ହୋଇ ବେଶ ଲୋକ ପ୍ରିୟ ପାଇପାରିଛି । କବିତା ମହୋତ୍ସବରେ ‘ଅ’ ପତ୍ରିକା ସହସମ୍ପାଦକ ତପନ କୁମାର ସାହୁ,ପରିଚାଳକ ଭାବରେ ଦାଇତ୍ୱ ନିର୍ବାହ କରି ସମସ୍ତ କବିତାର ସମୀକ୍ଷା କରିଥିଲେ । ସସ୍ମିତାପଣ୍ଡା , ଚିନ୍ମୟୀ ସାହୁ, ଭାରତୀ ରଥ, ଗୌରିହର ଦାସ, ନରେଶ ସାହୁ, ବିଶ୍ଵନାଥ ସାହୁ, ହେମନ୍ତ ସାହୁ, ରାମେଶ୍ୱର ପ୍ରସାଦ ସାହୁ, ସୁଶାନ୍ତ କୁମାର ପାତ୍ର, ମାନସ ରଞ୍ଜନ ପ୍ରହରାଜ, ଶରତ, ପ୍ରଶାନ୍ତ କୁମାର ଦାଶ, ଅଜୟ କୁମାର ମହାନ୍ତି, ନବୀନ କିଶୋର ସାହୁ, ସନ୍ତୋଷ ପଟ୍ଟନାୟକ, କୌଶଲ୍ୟା ପଳିଆ, ତୁଷାର କାନ୍ତ ପ୍ରସାଦ, ଅନିଲ ମହାରଣା, ବାସନ୍ତୀ ଲତା ଜେନା, ଜୟଶ୍ରୀ ମହାରଣା, ଦେବବ୍ରତ ବାରିକ, ଭାର୍ଗବୀ ମାଝୀ, ଝରଣା ଧରୁଆ, ,ଭାଗିରଥି ବାରିକ, କରିସ୍ମିତା କର, ନିର୍ମଳ ନାୟକ,ପ୍ରୀତିଛନ୍ଦା ରାୟ, ଗେଲାମଣି ପ୍ରଧାନ, ରାଜଶ୍ରୀ ବେହେରା, ସତ୍ୟ ପ୍ରକାଶ ନାଗ, ମୃଣୟୀ ବେହେରା, ବନଶ୍ରୀ ଦାଶ, ପୁଣ୍ୟଦୀପା ଖମାରି ପ୍ରମୂଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ସାରା ଓଡିଶାରୁ ଅନେକ କବି କବିତା ଲେଖି ତାଙ୍କର ସୃଜନ ପ୍ରତିଭାର ପରିଚୟ ଦେଇଥିଲେ । ଆଗାମୀ ଦିନରେ କିଛି ଶ୍ରେଷ୍ଠ କବିତାକୁ ନେଇ ଏକ ‘ଇ’ ପୁସ୍ତକ କରିବା ସହ ସମସ୍ତଙ୍କୁ ପ୍ରମାଣ ପତ୍ର ବିତରଣ କରାଯିବ ବୋଲି ସୃଷ୍ଟି ସମ୍ଭାର ସମ୍ପାଦକ ପ୍ରକାଶ କରିଛନ୍ତି ।

Report : Nabin Kishor Sahu,kasinath Narla A.C. Correspondent OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.