କଳାହାଣ୍ଡି,୧୦/୬: ପ୍ରତିଭା ରଜନୀଗନ୍ଧା ପରି ମହମହ ବାସୁଥିବା ଏକ ବସ୍ତୁ । ଉପଯୁକ୍ତ ସମୟରେ ଏହା ପ୍ରକାଶିତ ହୋଇ ଜନ ମାନସରେ ଏକ ଅଭୁଳା ଛାପ ଛାଡି ଦିଏ । ଆମେ କହୁଛୁ ଜଣେ ପ୍ରତିଭା ସଂପନ୍ନ ବ୍ୟକ୍ତିତ୍ବଙ୍କ ସଂପର୍କରେ, ଯାହାଙ୍କ ପେଶା ଶିକ୍ଷକତା କିନ୍ତୁ ନିଶା ଚିତ୍ର ଅଙ୍କନ । ଏହି ବ୍ୟକ୍ତି ଜଣକ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ ରିଞ୍ଜା ପଂଚାୟତ ରେଙ୍ଗାଲି ଗ୍ରାମର ପପୁ କୁମାର । ଯଦିଓ ତାଙ୍କର ବୃତ୍ତି ଶିକ୍ଷକତା ତେବେ ଚିତ୍ର ଆଙ୍କିବା ତାଙ୍କର ଛୋଟ ବେଳୁ ନିଶା । ବିନା କୌଣସି ତାଲିମରେ ଜଣେ ଉଚ୍ଚକୋଟିର ଚିତ୍ରଶିଳ୍ପୀ ଭାବେ ସେ ସୁପରିଚିତ । ଲକଡାଉନ ସମୟରେ ସେ କରୋନା ଯୋଦ୍ଧା ମାନଙ୍କ ଚିତ୍ର ଆଙ୍କି ସେମାନଙ୍କୁ ବେଶ ଉତ୍ସାହିତ କରୁଛନ୍ତି । କରୋନାକୁ ନେଇ ସଚେତନ ଚିତ୍ର ମଧ୍ୟ ଆଙ୍କୁଛନ୍ତି ।
ତେବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଏକ ଫଟୋ ନିଜ ତୁଳି ରେ ଆଙ୍କି ତାଙ୍କୁ ଟୁଇଟ କରିଥିଲେ । ତାହା ଦେଖି ସବ୍ୟସାଚୀ ରିଟୁଇଟ କରି ପପୁଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । ପପୁ କୁମାରଙ୍କ ଚିତ୍ର ଅଙ୍କା ସାମାଜିକ ଗଣମାଧ୍ୟମରେ ମଧ୍ୟ୍ୟ ଉଚ୍ଚ ପ୍ରଶଂସା ଲାଭ କରିଛି । ସୁଯୋଗ ପାଇଲେ ପପୁ ଆହୁରି ଆଗକୁ ଯାଇ ପାରିବେ ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta