ନର୍ଲା,୧୧/୬: ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟର ଦୁଇ ପ୍ରବାସୀଙ୍କ ଠାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ଆଜି ସକାଳ ୮ ଘଣ୍ଟାରୁ ନର୍ଲା ପଞ୍ଚାୟତକୁ ୪୮ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରାଯାଇଛି । ଚିହ୍ନଟ ଦୁଇ ଆକ୍ରାନ୍ତ କର୍ମେଗାଁ ପଞ୍ଚାୟତ ସୁରପଦର ଗାଁର ମହିଳା ଓ ସେମାନଙ୍କ ବୟସ ୪୫ ଓ ୪୧ ବୋଲି ଜଣାପଡିଛି । ବୁଧବାର ରାତିରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ତେବେ ଅନେକ ଲୋକ ସଟ୍ ଡାଉନ୍ ବିଷୟରେ ଅଜ୍ଞ ଥିବାରୁ ସକାଳୁ ଜୀବନ ଯାତ୍ରା ସ୍ବାଭାବିକ ଥିଲା ଓ ଗୁରୁବାର ସାପ୍ତାହିକ ହାଟରେ କେତେକ ବ୍ୟବସାୟୀ ପନିପରିବା ପସରା ବସାଇଥିଲେ । ପରେ ନର୍ଲା ପୋଲିସ ଆସି ଜାଗା ଖାଳି କରାଇଥିଲା । ସୁରକ୍ଷା ଦୃଷ୍ଟିକୋଣରୁ ନର୍ଲାକୁ ସଟ୍ ଡାଉନ୍ କରାଯାଇଛି । କିଛି ଦିନ ତଳେ ପିପଲପଦର କେସ୍ କୁ ନେଇ ନର୍ଲା ସଟ୍ ଡାଉନ୍ ରେ ରହିଥିବା ବେଳେ ଆଜି ଠାରୁ ପୁଣି ୪୮ ଘଣ୍ଟା ପାଇଁ ନର୍ଲା ସଟ୍ ଡାଉନ୍ ରେ ରହୁଥିବାରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta