ପେଟ୍ରୋଲ ପମ୍ପରେ ତେଲ ଅପମିଶ୍ରଣ ଅଭିଯୋଗ

ରାୟଗଡ,୧୧/୬/ : ରାୟଗଡ ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ପୀତାମହଲ ସ୍ଥିତ କାର୍ତିକ ଫିଲିଙ୍ଗ ଷ୍ଟେସନରେ ତେଲ ଅପମିଶ୍ରଣ ନେଇ ଅଭିଯୋଗ ଆଣିଥିଲେ ଗ୍ରାମବାସୀ । ତେବେ ଗ୍ରାମବାସୀଙ୍କୁ ଫିଲିଙ୍ଗ ଷ୍ଟେସନ ମାଲିକ ତେଲର ସାନ୍ଦ୍ରତା ଯାଂଚ କରି ଦେଖାଇବା ପରେ ଗ୍ରାମବାସୀମାନେ ସେଠାରୁ ଫେରିଥିଲେ । ଏ ନେଇ ମିଳିଥିବା ସୂଚନା ପ୍ରକାରେ ରାୟଗଡ-କେରଡା ମୁଖ୍ୟ ରାସ୍ତା କଡ ପିତାମହଲ ଠାରେ ଥିବା କାର୍ତିକ ଫିଲିଙ୍ଗ୍ ଷ୍ଟେସନରେ ପେଟ୍ରୋଲରେ କିରୋସିନି ତେଲ ଅପମିଶ୍ରଣ ନେଇ ଗ୍ରାମବାସୀମାନେ ଅନେକ ଥର ଅଭିଯୋଗ କରିଥିଲେ । ଏହି ଫିଲିଙ୍ଗ୍ ଷ୍ଟେସନରେ ତେଲ ପକାଇବା ପରେ ସେମାନଙ୍କ ଗାଡିଗୁଡିକରେ ଅଧିକ ମରାମତି ଦରକାର ପଡୁଛି ଫଳରେ ଗାଡି ମାଲିକମାନେ ଅଯଥାରେ ଅଧିକ ଖର୍ଚ୍ଚାନ୍ତ ହୋଇ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏ ନେଇ ଫିଲିଙ୍ଗ ଷ୍ଟେସନ ମାଲିକ କୈାଣସି କ୍ଷେପ ଗ୍ରହଣ କରୁୁ ନ ଥିବାରୁ ଗତ ମଙ୍ଗଳବାର ରାତ୍ରରୁ ଏକ କିରୋସିନି ଟ୍ୟାଙ୍କରଟି କାର୍ତିକ ଫିଲିଙ୍ଗ ଷ୍ଟେସନରେ ରହିଥିବା ବେଳେ ଏହି କିରୋସିନିକୁ ଫିଲିଙ୍ଗ ଷ୍ଟେସନ ମାଲିକ ତେଲରେ ଅପ୍ରମିିଶ୍ରଣ କରିବାର ସନ୍ଦେହ କରି ପିତାମହଲ ଗ୍ରାମ ପଂଚାୟତ ସମିତି ସଭ୍ୟ ଡମ୍ବୁରୁ ବେହେରାଙ୍କ ସମେତ ବହୁ ଯୁବକମାନେ ଫିଲିଙ୍ଗ ଷ୍ଟେସନରେ ପଂହଚି ମାଲିକଙ୍କୁ ଡକାଇଥିଲେ । ତେବେ ଏତେ ସଂଖ୍ୟକ ଗ୍ରାମବାସୀଙ୍କୁ ଦେଖି କିରୋସିନି ଟ୍ୟାଙ୍କରଟି ସେଠାରୁ ଚାଲି ଯାଇଥିଲା । ପରେ ପେଟ୍ରୋଲ ପମ୍ପ ମାଲିକ ପଂହଚି ପେଟ୍ରୋଲର ସାନ୍ଦ୍ରତା ଯାଂଚ କରି ଗ୍ରାମବାସୀଙ୍କୁ ଦେଖାଇଥିଲେ । ଏ ନେଇ ସମିତି ସଭ୍ୟ ଡମ୍ବୁରୁ ବେହେରାଙ୍କୁ ପଚାରିବାରୁ କାର୍ତିକ ଫିଲିଙ୍ଗ ଷ୍ଟେସନରେ ତେଲ ଅପମିଶ୍ରଣ ହେଉଥିବା ନେଇ ଅଭିଯୋଗ କରିଥିଲୁ କିନ୍ତୁ ଆଜି ମାଲିକ ତେଲର ସାନ୍ଦ୍ରତା ଦେଖାଇଛନ୍ତି । ସମୟାନୁସାରେ ତେଲର ସାନ୍ଦ୍ରତା ପରିବର୍ତନ ହେଉଥିବା ବେଳେ ବର୍ତମାନ ତାହା ଠିକ ଅଛି ବୋଲି ଗ୍ରାମବାସୀ ଜାଣିବାକୁ ପାଇବାରୁ ଫେରିଥିବା କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.