ରାୟଗଡ,୧୧/୬: ଦକ୍ଷିଣ ଭାରତର ବିଭନ୍ନ ସ୍ଥାନକୁ ରୋଜଗାର କରିବା ପାଇଁ ଆମ ରାଜ୍ୟର ଗଜପତି, ରାୟଗଡ, କୋରାପୁଟ, ନବରଙ୍ଗପୁର, କନ୍ଧମାଳ, ଓ ମାଲକାନଗିରି ଜିଲ୍ଲାର ଶ୍ରମିକମାନେ ଯାଇଥିଲେ । କରୋନା ଲକଡାଉନ ହେବା ଫଳରେ ପଞ୍ଜିକୃତ ଶ୍ରମିକ ମାନଙ୍କୁ ନେଇ ସ୍ଵତନ୍ତ୍ର ରେଲ ତିରୂଲଭାଲରୁ ରାୟଗଡ଼ା ପହଞ୍ଚିଛି । ଏହି ଟ୍ରେନରେ ରାୟଗଡ଼ା ଜିଲ୍ଲାର ୫ଜଣ, ନବରଙ୍ଗପୁର ଜିଲ୍ଲାର ୮ଜଣ ମିଶି ସର୍ବମୋଟ ୧୩ଜଣ ଶ୍ରମିକ ଓହ୍ଲାଇଛନ୍ତି ।
ସେହି ଶ୍ରମିକମାଙ୍କୁ ରାୟଗଡ଼ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ତପନ ନାରାୟଣ ରଥ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଦିଲ୍ଲୀପି କୁମାର ଦୋଳାଇ, ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସଚିଦାନନ୍ଦ ଶତପଥୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହ ପଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରବାସୀ ଶ୍ରମିକ ମାନଙ୍କୁ ସ୍ବାଗତ କରିଥିଲେ । ପରେ ସଂପୃକ୍ତ ଜିଲା ଓ ବ୍ଲକ ଅଧିକାରୀ ମନଙ୍କୁ ହସ୍ତାନ୍ତର କରିଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
https://facebook.com/odiabarta