ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡରେ ରଥଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ

୬୦ଜଣ ସେବାୟତ କରିବେ କାର୍ଯ୍ୟ ସଂପାଦନା, ପୋଲିସ ଟାଣିବେ ରଥ

ରାୟଗଡ,୧୨/୬: ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡରେ ଚଳିତ ବର୍ଷ ହେବ ରଥଯାତ୍ରା । ଯାହାକୁ ନେଇ ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପ୍ର୍ରସ୍ତୁତି ବୈଠକ । ଏହି ବୈଠକରେ ତହସିଲଦାର ତଥା ଦେବୋତର ନିର୍ବାହୀ ଅଧିକାରୀ ଉମାକାନ୍ତ ବେହେରା, ଅତିରକ୍ତ ତହସିଲଦାର ସୁନୀଲ ଖରା,ରାଜସ୍ୱ ନିରୀକ୍ଷକ କେଶବ ସାହୁଙ୍କ ସମେତ ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟି ସଦସ୍ୟ ପ୍ରତାପ ଦାଶ, ସୁନୀଲ ଚନ୍ଦ୍ର ପଣ୍ଡା,ପ୍ରଶାନ୍ତ ତ୍ରିପାଠୀ, ପ୍ରଭାକର ଦୋରା, ସଚ୍ଚିଦାନନ୍ଦ ଖାଡଙ୍ଗା, ସତ୍ୟବାଦୀ ପତି ଓ ରାଜପୁରୋହିତ ବାଲୁଙ୍କେଶ୍ୱର ଦାସ ଉପସ୍ଥିତ ରହିଥିଲେ । 

କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ଜାରି ହୋଇଥିବା କୋଭିଡ-୧୯ ଗାଇଡଲାଇନ ନିୟମ ମାନି ଚଳିତ ବର୍ଷ ରଥଯାତ୍ରା ସଂପନ୍ନ କରିବାକୁ ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ବର୍ଷ ୬୦ଜଣ ପ୍ରାଧିକୃତ ସେବାୟତଙ୍କୁ ନେଇ ରଥଯାତ୍ରାର ସମସ୍ତ ନୀତି ନିର୍ଘଂଟ କରାଯାଇ ପୂଜା ରୀତିନୀତି ଅନୁଯାୟୀ କାର୍ଯ୍ୟ ସଂପାଦନା କରାଯିବାକୁ ସ୍ଥିର ହୋଇଛି । ତେବେ ଚଳିତ ବର୍ଷ ରଥକୁ ପୋଲିସ କର୍ମଚାରୀମାନେ ଟାଣିବେ ବୋଲି ନିଷ୍ପତି ହୋଇଥିବା ବେଳେ ସାଧାରଣ ଭକ୍ତମାନେ ରଥ ଟାଣିବାକୁ ବାରଣ କରାଯାଇଛି ।

ସେହିପରି ସେବାୟତମାନେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରକ୍ଷା କରି ସମସ୍ତ କାର୍ଯ୍ୟ ସଂପାଦନା କରିବେ ବୋଲି ନିଷ୍ପତି ନିଆଯାଇଛି । ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କୁ ଚତୁର୍ଦ୍ଧାମୂତି ଦର୍ଶନକୁ ବାରଣ କରାଯାଇଛି ଏବଂ କୋଭିଡ ନିମୟ ପ୍ରକାରେ ସମସ୍ତ ନିୟମ ପାଳନ କରାଯିବାକୁ ଉପଜିଲ୍ଳାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.