ବଲାଙ୍ଗିର,୧୨/୬: ସ୍କୁଟିକୁ ଧକ୍କା ଦେଲା ମାଲ ବୋଝେଇ ହାଇୱା । ଫଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ବଲାଙ୍ଗୀର ସୁତପଡ଼ା ରେଲୱେ ଓଭରବ୍ରିଜ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ସ୍କୁଟି ଚାଳକଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳିପାରିନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଆଜି ସକାଳୁ ଏହି ଦୁର୍ଘଟଣା ଘଟିଛି । ସୁତପଡ଼ା ରେଲୱେ ଓଭର ବ୍ରିଜ ଦେଇ ସ୍କୁଟିରେ ଜଣେ ବ୍ୟକ୍ତି ଯାଉଥିବା ବେଳେ ପଛପଟୁ ହାଇୱା ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ସ୍କୁଟିର ନମ୍ବର OD 31C-2823 । ଯାହା ସୋନପୁରର ଅନୀଲ ଠାକୁରଙ୍କ ନାମରେ ରହିଥିବା ଜଣା ପଡ଼ିଛି । ତେବେ ମୃତ ସ୍କୁଟି ଚାଳକ ସେ ନିଜେ ନା ଆଉ କିଏ, ସ୍ପଷ୍ଟ ହୋଇ ପରିନାହିଁ ।