ନୂଆପଡା,୧୩/୬: ସଦର ବ୍ଲକ ଧରମବନ୍ଧା ଓ ସାହିପଲା ସବ ସେଣ୍ଟର ଅଧିନରେ ଥିବା ଆଶା କର୍ମୀମାନେ ନିଜର ମାସିକ ପାଉଣା ଓ ଅନ୍ୟାନ୍ୟ ଭତ୍ତା ଟଙ୍କା ଗତ କିଛି ମାସ ହେବ ମିଳି ନଥିବା ଅଭିଯୋଗ ନେଇ ନୂଆପଡା ସିଡିଏମଓ ଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏମାନଙ୍କ କହିବା ଅନୁସାରେ ନିଜ ଜୀବନକୁ ବାଜି ଲଗାଇ ସର୍ଭେ କରି ପ୍ରସୂତିଙ୍କ ଯତ୍ନ ନେବା ଠୁ ନେଇ ଛୁଆ ଜନ୍ମ ହେବା ପର୍ଯ୍ୟନ୍ତ ସମସ୍ତ ଦେଖ ରେଖ କରିବା ସହ ଔଷଧ ପତ୍ର ଯୋଗାଇ ଥାନ୍ତି ଓ ନିଜ କର୍ତ୍ତବ୍ୟ ସୂଚାରୁରୂପେ ସଂପାଦନ କରି ଆସୁଛନ୍ତି । ବର୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍-୧୯ ଯୋଦ୍ଧା ଭାବେ ପୋଲିସ ଓ ମେଡିକାଲ କାର୍ମିଚାରୀଙ୍କୁ ସମ୍ମାନ ଜଣାଇଛି କିନ୍ତୁ ଆଶା କର୍ମୀଙ୍କ ଦରମା ଗତ କିଛି ମାସ ହେବ ସେମାନେ ପାଇ ନାହାନ୍ତି । ଏହାସହ ଅନ୍ୟାନ୍ୟ ଯେଉଁ ଭତ୍ତା ଟଙ୍କା ମଧ୍ୟ ମିଳି ଥାଏ ତାହା ମଧ୍ୟ ସେମାନେ ଏହି କିଛି ମାସ ହେବ ପାଇ ନାହାନ୍ତି । ଯାହା ଫଳରେ ସେମାନଙ୍କ ଉତ୍ସାହ କମି ଯାଉଛି । ୩ ମାସ କାମ କଲେ ମାସକର ଦରମା ପାଉଛନ୍ତି । ବିପିଏମ ଉକ୍ତ ୬୦ ଜଣ ଆଶା କର୍ମୀଙ୍କୁ ବାରମ୍ବାର ଦରମା ବାବଦକୁ ହଇରାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ଏନେଇ ସିଡିଏମଓ କାଳୀ ଚରଣ ବେହେରା କହିଛନ୍ତି ଯେ ଅତି ଶୀଘ୍ର ତାଙ୍କର ଟଙ୍କା ସେମାନେ ପାଇ ଯିବେ । କୌଣସି କାରଣ ବଶତଃ ଟଙ୍କା ରହିଯାଇ ଥିବ ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ(ରାହୁଲ)ଙ୍କ ରିପୋର୍ଟ OdiaBarta.in