ଆବାସ ଗୃହର ଛାତ ପଡିସାରିଲାଣି କିନ୍ତୁ ମିଳିନି ତୃତୀୟ କିସ୍ତି

କଳାହାଣ୍ଡି,୧୩/୬: ଗ୍ରାମାଞ୍ଚଳର ଗରିବ ଲୋକ ମାନଙ୍କୁ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେଉଛନ୍ତି ସରକାର । ତେବେ କେତେକ କ୍ଷେତ୍ରରେ ବିଭାଗିୟ କର୍ମଚାରୀଙ୍କ ଉଦାସିନତା ଯୋଗୁଁ ହିତାଧିକାରୀ ହଇରାଣ ହରକତ ହେଉଥିବା ଦେଖାଯାଉଛି । ଏମିତି ଏକ ଅଭିଯୋଗ ଆସିଛି କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତର କୁଶୁର୍ଲା ଗ୍ରାମରୁ । ଏହି ଗାଁର ହୃଷିକେଶ ବାଗ ନାମକ ଜଣେ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଘର ଛାତ ପକାଇ ସାରିଥିଲେ ମଧ୍ୟ ତୃତୀୟ କିସ୍ତି ଟଙ୍କା ପାଇନଥିବା ପ୍ରକାଶ କରିଛନ୍ତି । ଗତ ମେ’ ମାସରୁ ବିଲ ହୋଇଥିଲେ ବି ଟଙ୍କା ପାଇ ନଥିବାରୁ ସେ ମାନସିକ ଚାପରେ ଅଛନ୍ତି । ତେଣୁ ଶିଘ୍ର ବିଲ ପାସ କରିଦେବାକୁ ସେ ନିବେଦନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବିଲ ତିଆରି କରିବାରେ ବ୍ୟାପକ ଅବ୍ୟବସ୍ଥା ହେଉ ଥିବା ଦେଖିବାକୁ ମିଳୁଛି । ନିରୀହ ଲୋକେ ଏହା ଦ୍ୱାରା ହଇରାଣ ହରକତ ହେଉଛନ୍ତି । ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି ।

Omkar Vasthu
Omkar Vasthu

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.