ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ସଟ୍ ଡାଉନ୍

ନର୍ଲା,୧୩/୬: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ଆସୁଛି । ଆଜି ସୁରକ୍ଷା ଦୃଷ୍ଟିରୁ ସାରା ରୁପ୍ରାରୋଡ ପଞ୍ଚାୟତକୁ ୨୪ ଘଣ୍ଟିଆ ସଟ୍ ଡାଉନ ଘୋଷଣା କରାଯାଇଛି । ଏହା ଜୁନ ୧୩ ଶନିବାର ସକାଳ ୬ ଘଣ୍ଟାରୁ ରବିବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏନେଇ ସରପଞ୍ଚ ଚିତ୍ତରଞ୍ଜନ ରଣା ପ୍ରକାଶ କରିଛନ୍ତି ଯେ, ପଞ୍ଚାୟତର ବିଲାଟ ଗ୍ରାମର ଜୈନକ ବ୍ୟକ୍ତି ଇନଷ୍ଟିଚୁସନାଲ କ୍ବାରେନଟାଇନରେ ଶେଷ କରି ସାରିବା ପରେ ମଧ୍ୟ ବର୍ତ୍ତମାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ କିଛିଦିନ ପାଇଁ ଗ୍ରାମରେ ପରିବାର ସହ ରହିଥିବାରୁ ପରିବାରର ସମସ୍ତ ସଦସ୍ୟଙ୍କୁ କ୍ବାରେନଟାଇନ ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଛି । ଗ୍ରାମବାସୀଙ୍କୁ ଦୂରତ୍ବରକ୍ଷା କରିବାପାଇଁ ଜଣାଇ ଦିଆଯାଇଥିବା ବେଳେ ବିଲାଟ ଗ୍ରାମକୁ ଅଜଥା ଜିବା ଆସିବା ଉପରେ ରୋକ ଲଗାଇ ଦିଆ ଯାଇଛି । ସରପଞ୍ଚ କହିଛନ୍ତି ଯେ, ବିନା କାରଣରେ ଘରୁ ନବାହାରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଥିବା ବେଳେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତକୁ ସଟ୍ ଡାଉନ ଘୋଷଣା କରାଯାଇଛି ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.