ମୌସୁମୀ ବର୍ଷାରେ ଭିଜୁଛି ରାୟଗଡ ଜିଲ୍ଳା ମାଟି

● ୨୪ ଘଂଟାରେ ହାରାହାରି ୧୧.୦୯ମିମି. ବର୍ଷା ରେକର୍ଡ

ରାୟଗଡ,୧୩/୬(ଶିବ ନାରାୟଣ ଗୌଡ଼): ଦକ୍ଷିଣ ପଶ୍ଚିମ ମୈାସୁମୀ ବାୟୁ ସକ୍ରିୟ ହେଉଥିବାରୁ ରାୟଗଡ ଜିଲ୍ଳା ମାଟି ଭିଜୁଛି ବର୍ଷାରେ । ରାୟଗଡ ଜିଲ୍ଳାରେ ପ୍ରଥମ ଦିନରେ ୧୩୦.୯ମିଲିିମିଟର ବର୍ଷା ପରିମାଣ ହୋଇଥିବା ବେଳେ ସର୍ବମୋଟ ହାରାହାରି ୧୧.୯୦ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜିଲ୍ଳାର ରାୟଗଡ ବ୍ଳକରେ ୯.୨ ମିଲିମିଟର, କୋଲନରାରେ ୨.୪ମିମି , କାଶିପୁରରେ ୬ମିମି, ପଦ୍ମପୁରରେ ୧.୨ମିମି, ଗୁଡାରୀରେ ୧୧.୬ମିିମି , ରାମନାଗୁଡାରେ ୨୯.୧ମିମି, ବିଷମକଟକରେ ୧୯ମିମି, ମୁନିଗୁଡାରେ ୩୫.୪ମିମି ଓ ଚନ୍ଦ୍ରପୁର ବ୍ଳକରେ ୧୧ମିମି ବର୍ଷା ପରିମାଣ ରେକର୍ଡ କରାଯାଇଥିବା ବେଳେ କଲ୍ୟାଣସିଂହପୁର ବ୍ଳକରେ ଗତ ୨୪ଘଂଟା ମଧ୍ୟରେ ବର୍ଷା ହୋଇ ନ ଥିବା ନେଇ ଜିଲ୍ଳା ଜରୁରୀକାଳନୀ ନିୟନ୍ତ୍ରଣ କକ୍ଷ (ଡିଇଓସି) ତରଫରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଳାରେ ପ୍ରଥମ ମୈାସୁମୀ ବର୍ଷାକୁ ଦେଖି ଚାଷିକୂଳ ଖୁସି ହୋଇଛନ୍ତି । ତେବେ ଚଳିତ ବର୍ଷ ମୈାସୁମୀ ଯୋଗୁଁ ସ୍ୱାଭାବିକ ଭାବେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ପାଣିପାଗ ବିଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିବାରୁ ଜିଲ୍ଳା ପ୍ରଶାସନ ତରଫରୁ ବର୍ଷା ଦିନକୁ ଦୃଷ୍ଟିରେ ରଖି ଜିଲ୍ଳାର ବଂଶଧାରା,ନାଗାବଳୀ ନଦୀକୂଳରେ ରହୁଥିବା ଗ୍ରାମବାସୀମାନଙ୍କୁ ସୁରକ୍ଷା ଦେବା ପାଇଁ ତଥା ସମସ୍ତ ଜରୁରୀକାଳୀନ ସହାୟତା ଆବଶ୍ୟକ ସମୟରେ ଯୋଗାଇବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ପ୍ରସ୍ତୁତ ହୋଇ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.