◆ ମନରେଗା ଯୋଜନାରେ ଅଧିକ ଶ୍ରମିକଙ୍କୁ କର୍ମସଂସ୍ଥାନ ଯୋଗାଇବାକୁ ନିର୍ଦ୍ଦେଶ
ରାୟଗଡ,୧୩/୬(ଶିବ ନାରାୟଣ ଗୌଡ଼): ରାୟଗଡ ଜିଲ୍ଳାର କଲ୍ୟାଣସିଂହପୁର ବ୍ଳକରେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡିକର ତଦାରଖ କରିଛନ୍ତି ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା । ବିଶେଷ କରି ମନରେଗା ଯୋଜନାରେ କରାଯାଉଥିବା ବ୍ଳକର ଦେଉଳବାଡି ଶାଖା କେନାଲ ପରିଦର୍ଶନ କରିଥିଲେ ଯାହାକି ଦେଉଳବାଡି,ଢେପାଗୁଡା,ବୁଡାଗୁଡା ଓ ଶିକରପାଇ ଗ୍ରାମର କେତେକ ଜମିରେ ଜଳସେଚନ ସୁବିଧା ହୋଇପାରିବ ।
ଜଳସେଚନ ପ୍ରକଳ୍ପର ମନରେଗା ଯୋଜନାରେ ଶାଖା କେନାଲ ର୍ନିମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ ଓ ଅଧିକ ଶ୍ରମିକମାନଙ୍କୁ କର୍ମସଂସ୍ଥାନ ଯୋଗାଇ କାମ ଶୀଘ୍ର ଶେଷ କରିବାକୁ କାର୍ଯ୍ୟକାରୀ ସଂସ୍ଥାକୁ ପରାମର୍ଶ ଦେଇଥିଲେ । ସେହିପରି ମନରେଗା ଯୋଜନା ମାଧ୍ୟମରେ ଦେଉଳବାଡି ମଶାଣି ପର୍ଯ୍ୟନ୍ତ ରାସ୍ତା ସଂଯୋଗ କାମ ଅନୁଧ୍ୟାନ କରିଥିଲେ ଯାହାକି ସ୍ଥାନୀୟ ଜନସାଧାରଣଙ୍କୁ ଶ୍ମଶାନ ପାଇଁ ରାସ୍ତା ହେଲେ ସେମାନେ ଉପକୃତ ହୋଇପାରିବେ । ପରେ ମନରେଗା ଯୋଜନାରେ ନାରାୟଣପୁର ପୋଖରୀର ସୈାନ୍ଦର୍ଯ୍ୟକରଣକୁ ପରିଦର୍ଶନ କରିଥିଲେ ।
ତା’ପରେ ଡେଙ୍ଗସିଲ୍ ଗ୍ରାମର ମନରେଗା ଯୋଜନାରେ କରାଯାଉଥିବା କେନାଲ କାମ ପରିଦର୍ଶନ କରିଥିଲେ । ଯଦ୍ୱାରା ଉକ୍ତ ଗ୍ରାମର ଚାଷଜମିଗୁଡିକରେ ଜଳସେଚିତ ହୋଇପାରିବ । ସେହିପରି ନାରାୟଣପୁର ଠାରେ ୫ଟି ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ବିଶେଷ କରି ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱଂୟ ସହାୟିକା ଗୋଷ୍ଠୀମାନଙ୍କ ଯୋଗଦାନ ଓ ସେମାନଙ୍କୁ ଏହି ମହାମାରୀ କରୋନା ସମୟରେ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ହାତଧୂଆ,ମାସ୍କ ବ୍ୟବହାର ତଥା ସାମାଜିକ ଦୂରତା ବଜାୟ ରଖିବା ଉପରେ ସଚେତନତା କରିବାକୁ ପରାମର୍ଶ ଦେଲେ ଓ ଏସ.ଏଚ.ଜିମାନଙ୍କ ଦ୍ୱାରା କରିଥିବା ପରିବା ଚାଷକୁ ଜିଲ୍ଳାପାଳ ଶ୍ରୀ ବେହେରା ବୁଲି ଦେଖିଥିଲେ ଓ ଏହି କାମ ପାଇଁ ସେମାନଙ୍କୁ ପ୍ରଶଂସା କରିଥିଲେ । ଜିଲ୍ଳାପାଳଙ୍କ ଏହି ପରିଦର୍ଶନ ବେଳେ କଲ୍ୟାଣସିଂହପୁର ବିଡିଓ ଅନୁପ ପଣ୍ଡା,ଅତିରିକ୍ତ ବିଡିଓ ଓ ଅନ୍ୟାନ୍ୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ରହିଥିଲେ ।