ନର୍ଲାରେ ପୁଣି ତିନି ଆକ୍ରାନ୍ତ, ଦୁଇ ଜଣ ମହିଳା ଡାକ୍ତର କରୋନା ପଜିଟିଭ

୪୮ ଘଣ୍ଟା ନର୍ଲା, ୨୪ ଘଣ୍ଟା ରୁପ୍ରାରୋଡ ସଟ୍ ଡାଉନ୍

ନର୍ଲା,୧୩/୬: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ପୁଣି ତିନି ଜଣ କରୋନା ପଜିଟିଭ ଚିହ୍ନଟ ହେଇଛନ୍ତି ।ଚିହ୍ନଟ ହୋଇ ଥିବା ତିନି ଜଣ ମଧ୍ୟରୁ ଜଣେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ବିଲାଟ ଗ୍ରାମର ଓ ଦୁଇଜଣ ମହିଳା ଡାକ୍ତର ବୋଲି ଜଣାପଡିଛି । ଉକ୍ତ ବ୍ଲକ୍ତି ଜଣକ ତେଲେଙ୍ଗାନାରୁ ଆସି ଟିଏମସିରେ ରହବା ପରେ ପଜିଟିଭ ଚିହ୍ନଟ ହୋଇଥିଲା । ତାଙ୍କ ପରିବାର ସଦସ୍ୟ ମାନଙ୍କୁ କ୍ବାରେନଟାଇନ ସେଣ୍ଟରକୁ ପଠାଯାଇଥିବା ବେଳେ ରୁପ୍ରାରୋଡ ପଞ୍ଚାୟତକୁ ୨୪ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନ୍ୟପଟେ ଅନ୍ୟ ଦୁଇ ଜଣ ପଜିଟିଭ ଚିହ୍ନଟ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମହିଳା ଡାକ୍ତର ବୋଲି ଜଣା ପଡିଛି । ଏହି ତିନି ଜଣ କରୋନା ଆକ୍ରାନ୍ତଙ୍କୁ ଶୁକ୍ରବାର ଦିନ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ନର୍ଲା ସରପଞ୍ଚ ଆଜି (ଶନିବାର) ସକାଳ ୬ ଘଣ୍ଟା ରୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଛନ୍ତି । କରୋନାର ପ୍ରଥମ ଯୋଦ୍ଧା ଦୁଇ ଜଣ ନର୍ଲା ଗୋଷ୍ଠୀ କେନ୍ଦ୍ରରୁ ଚିହ୍ନଟ ହେବାପରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି । ନର୍ଲା ଗ୍ରାମକୁ ଦମକଳ ବାହିନୀ ସାନିଟାଈଜ କରୁଛନ୍ତି । ଏହି ତିନି ଜଣଙ୍କୁ ମିଶାଇ ନର୍ଲା ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଞ୍ଚିଛି ।

Udyog Nursery
Udyogi Nursery
କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.