ନୂଆପଡା,୧୩/୬: ଲକଡାଉନ ଯୋଗୁଁ ଓଡିଶାର ଅନେକ ଶ୍ରମିକ ସୁରଟ, ଗୁଜୁରାଟ, ମୁମ୍ବାଇ, ଉତ୍ତର ପ୍ରଦେଶ ଓ ତେଲେଙ୍ଗାନା ଭଳି ଅନେକ ରାଜ୍ୟରେ ଫସି ରହିଛନ୍ତି । ସରକାର ସେମାନଙ୍କୁ ନିଜ ଭିଟା ମାଟି କୁ ଫେରାଇ ଆଣିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଓ ବସ ର ବ୍ୟବସ୍ଥା କରିଛନ୍ତି । ସେହି ପରିପେକ୍ଷିରେ ଗତ କାଲି ବିଳମ୍ବିତ ରାତିରେ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ନୂଆପଡା ରେଳ ଷ୍ଟେସନ କୁ ଆସି ଥିଲେ ପ୍ରବାସୀ । ସେଥି ମଧ୍ୟରେ ଗୋଟିଏ ଟ୍ରେନ ରେ ୨୧୯୭ ଜଣ ଓ ଅନ୍ୟ ଗୋଟିକରେ ୨୩୨୯ ଜଣ ଶ୍ରମିକ ଫେରି ଥିଲେ । ସେମାନଙ୍କୁ ନୂଆପଡା ସ୍ଥିତ ନେସନାଲ କଲେଜ ଓ ପୋଲିସ ପଡିଆରେ ରହିବ ପାଇଁ ବ୍ୟବସ୍ଥା କରାଯାଇ ଥିଲା ।
ସମସ୍ତ ଶ୍ରମିକ ନୂଆପଡା, ବଲାଙ୍ଗୀର, କଳାହାଣ୍ଡି ଓ ବରଗଡ଼ ଜିଲ୍ଲା ଅଂଚଳର ଥିବା ସୂଚନା ମିଳିଛି । ଗତକାଲି ରାତି ରୁ ସକଳ ଯାଏଁ ନେସନାଲ କଲେଜରେ ଥିବା ଶ୍ରମିକ ମାନଂକୁ ଖାଇବାକୁ ମିଳି ନଥିବାରୁ ସମସ୍ତ ଶ୍ରମିକ ନେସନାଲ କଲେଜ ସାମ୍ନାରେ ଥିବା ଜାତୀୟ ରାଜପଥ ୩୫୩କୁ ଅବରୋଧ କରି ଥିଲେ ।
ସୂଚନା ପାଇ ନୂଆପଡା ଓ ଜୋଂକ ପୋଲିସ ଏବଂ ଏ.ଡି.ଏମ. ଦୁର୍ଗା ମାଧବ ପାଣିଗ୍ରାହୀ, ସବ କଲେକ୍ଟର ତରଣୀ ସେନ ନାୟକ, ନୂଆପଡା ଏନ.ଏ.ସି.ଇ.ଓ. ରାମ ଚନ୍ଦ୍ର ମାଝୀ ଘଟଣା ସ୍ଥଳରେ ପହଞ୍ଚି ପ୍ରବାସୀ ଶ୍ରମିକଙ୍କୁ ବୁଝା ସୁଝା କରି କଲେଜ କେମ୍ପସ ଭିତରକୁ ନେଇ ଯାଇଥିଲେ ଓ ରାସ୍ତା ଖୋଲିଥିଲେ । ପ୍ରବାସୀ ଶ୍ରମିକ ମାନଙ୍କୁ ଡେରିରେ ହେଲେ ବି ଜିଲ୍ଲା ପ୍ରଶାସନ ତରଫରୁ ସୁଖିଲା ଖାଦ୍ୟ ଦିଆ ଥିବା ବେଳେ ବିସ୍କୁଟ ଓ କଦଳୀକୁ ଜିଲ୍ଲା ପ୍ରଶାସନ ପଟେ ପ୍ରବାସୀ ଶ୍ରମିକ ମାନେ ଫିଙ୍ଗିଥିଲେ ।
ଏହା ସହ ପ୍ରବାସୀ ଶ୍ରମିକ ବାଲି ଗୋଟି ଓ ପଥର କିଛି ସମୟ ପାଇଁ ବର୍ଷା କରି ଥିଲେ । ତେବେ ଏ ନେଇ ସବ କଲେକ୍ଟର ଶ୍ରୀ ନାୟକ କହି ଥିଲେ ଯେ, ଟ୍ରେନ ଗୁଡିକରେ ଶ୍ରମିକ ସୂଚନା ଠୁ ଅଧିକ ଆସି ଥିବାରୁ ଟିକେ ଅସୁବିଧା ହୋଇ ଥିଲା । କିନ୍ତୁ ବର୍ତମାନ ସମସ୍ତ ଙ୍କୁ ସୁଖିଲା ଖାଦ୍ୟ ଦିଆ ଯାଇଛି ଓ ଅନ୍ୟ ଜିଲ୍ଲାର ସମସ୍ତ ଶ୍ରମିକଙ୍କୁ ବସ ଯୋଗେ ସେମାନଙ୍କ ଜିଲ୍ଲାକୁ ପଠା ଯାଇଛି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in