ଗାଁ ଭିତରକୁ ପଶି ଆସୁଛି ଡ୍ରେନ ପାଣି, ଅସନ୍ତୁଷ୍ଟ ଗ୍ରାମବାସୀ

ସଇଁତଲା,୧୩/୬: ଏହି ବ୍ଲକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଜଲିଆଦର୍ହ ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଡ୍ରେନ ପାଣି ଜମା ହେଉଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରାପ୍ତ ସୂଚନା ଆଧାରରେ ବର୍ଷା ଋତୁ ଆସିଲା ପରେ ଗ୍ରାମ୍ୟ ରାସ୍ତା ଓ ବିଦ୍ୟାଳୟ ସମ୍ମୁଖରେ ପାଣି ଜମିବା ସହ ନଳକୂପ ଡ୍ରେନର ପାଣି ମଧ୍ୟ ଗାଁ ଭିତରକୁ ପଶିଆସି ଥାଏ ।

ବହୁ ଦିନ ହେଲା ଗ୍ରାମବାସୀ ପଞ୍ଚାୟତକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସରପଞ୍ଚ କୋୖଣସି ପଦକ୍ଷେପ ନେଉନଥିବା ବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ କିଛି ସୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯଦି ଏହାର ସମାଧାନ ନହୁଏ ଓ ଗ୍ରାମ ବାସୀ ରୋଗର ଶିକାର ହୁଅନ୍ତି ତେବେ ଏହାର ଦାୟି କିଏ ହେବ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି ।

ସଇଁତଲା ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.