ମେସିନ୍ ଛଡାଇ ନେଉଛି ଶ୍ରମିକଙ୍କ କାମ

● ମନରେଗା ଯୋଜନା ଉପରେ ଉଠିଲା ପ୍ରଶ୍ନବାଚୀ

କୋକସରା/ଜୟପାଟଣା,୧୩/୬ : ଶ୍ରମିକ ବଦଳରେ କାମ କରୁଛି ଜେସିବି ମେସିନ୍। ଏହା କେଉଁ ଯୋଜନାର କାମ ଓ କେମିତି ଭାବରେ ହେବାକଥା, ତାହା ମଧ୍ୟ ଜାଣିପାରୁ ନାହାନ୍ତି ସ୍ଥାନୀୟ ଜନତା। ଆଶ୍ଚର୍ଯ୍ୟର କଥା, ବିଭାଗ ପାଖରେ ମଧ୍ୟ ଏନେଇ ସୂଚନା ନାହିଁ। ଏହି ଚିତ୍ର ହେଉଛି ଜୟପାଟଣା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଗୋଡଭୁଞ୍ଜା ଗାଁର। ଏହି ଗାଁର ବଡବନ୍ଧର ପୁନରୁଦ୍ଧାର କାମ ଚାଲିଛି। ତେବେ ଏଥିରେ ଶ୍ରମିକଙ୍କ ବଦଳରେ ଜେସିବି ମେସିନ୍ କରୁଛି କାମ।

କରୋନା ଭଳି ମହାମାରୀ ସମୟରେ ଗରିବ, ଖଟିଖିଆ ଓ ନିଷ୍ପେସିତ ଲୋକମାନଙ୍କ ଜୀବନ ଓ ଜୀବିକାକୁ ବଞ୍ଚାଇବା ପାଇଁ କେନ୍ଦ୍ର ସରକାର ମନରେଗା ଯୋଜନା ମାଧ୍ୟମରେ ଜବକାର୍ଡଧାରୀଙ୍କୁ ଯଥାସମ୍ଭବ ମାଟି କାମ ଯୋଗେଇବା ପାଇଁ ନିଶ୍ଚିତ କରିଛନ୍ତି। ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁଃଖ ଦୂର କରିବାକୁ ମନରେଗା କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଲେ। ହେଲେ ବଡ଼ ଦୁଃଖର ବିଷୟ, ଜୟପାଟଣା ବ୍ଲକର ରେଙ୍ଗାଲପାଲି ପଞ୍ଚାୟତରେ ଅସାଧୁ ଉପାୟ ମାଧ୍ୟମରେ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କିଛି ଠିକାଦାର, ଜନପ୍ରତିନିଧି ଓ ମେସିନ୍ ମାଲିକମାନେ ଜବକାର୍ଡଧାରୀଙ୍କୁ ଭୁଆଁ ବୁଲେଇ ମେସିନ୍ ସାହାଯ୍ୟରେ ଶୀଘ୍ର କାମ ସାରି ଅର୍ଥ ଲୁଟ କରିବାର ଉପାୟ କରିଛନ୍ତି ବୋଲି ଚର୍ଚ୍ଚା ଚାଲିଛି।

ପ୍ରାପ୍ତ ସୂଚନା ଅନୁସାରେ, ରେଙ୍ଗାଲପାଲି ପଞ୍ଚାୟତ ଗୋଡ଼ଭୁଞ୍ଜା ଗ୍ରାମ ବଡ଼ବନ୍ଧର ମାଟିକାମରେ ଶ୍ରମିକ ବଦଳରେ ଜେସିବି ମେସିନ୍ ଲାଗି କାମକରୁଥିବା ଅଭିଯୋଗ ହୋଇଛି। ଶ୍ରମିକମାନଙ୍କୁ କାମ ଯୋଗେଇବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଶ୍ରମିକମାନେ ଉପକୃତ ହେଉଥିବା ନେଇ ଉଠିଛି ପ୍ରଶ୍ନ।

ସବୁଠୁଁ ଆଶ୍ଚର୍ଯ୍ୟର କଥା ଯେ, ବ୍ଲକରେ ହେଉଥିବା କାମର ତଦାରଖ ପାଇଁ ସରପଞ୍ଚ, ଜିଆରଏସ, ଜେଇ, ଇଓଙ୍କ ଠାରୁ ନେଇ ବିଡ଼ିଓ ଅଛନ୍ତି। ତେବେ କେଉଁ ପରିସ୍ଥିତିରେ ମେସିନ୍ ସାହାଯ୍ୟରେ କାମ ହେଲା, ବିଭାଗ ପାଖରେ ସୂଚନା ନଥିବା ସନ୍ଦେହ ସୃଷ୍ଟି କରିଛି ।

ଏପଟେ ବିନା ସୂଚନା ଫଳକରେ କାମ ହେଉଥିବା ଦେଖିବାକୁ ମିଳିଥିବା ବେଳେ ଏ ସମ୍ପର୍କରେ ଜିଆରଏସ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କୁ ପଚାରିବାରୁ ମୁଁ ମେସିନ୍ ଲାଗିବା କଥା ଜାଣି ନାହିଁ ବୋଲି ସଫେଇ ଦେଇଥିଲେ।

ସେହିପରି ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେଙ୍କୁ କାର୍ଯ୍ୟର ନାମ ଓ ସୂଚନା ଫଳକ ବାବଦରେ ପଚାରିବାରୁ କାର୍ଯ୍ୟରେ ଚଂଚକତା କରି ଅର୍ଥ ଆତ୍ମସାତ କରୁଥିବା ଭଳି କେଉଁ କାମ ହେଉଛି ସେ ବିଷୟରେ ମୁଁ କିଛି ଜାଣିନାହିଁ ବୋଲି ଉତ୍ତର ରଖିଛନ୍ତି ।

କୋକସରା ପ୍ରତନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.