ଜୁନାଗଡ/ଧର୍ମଗଡ,୧୩/୬: ମହାମାରୀ କରୋନା ଯୋଗୁଁ ଲାଗୁ ହୋଇଥିବା ଲକଡାଉନ ପରିପ୍ରେକ୍ଷିରେ ଅଧିକ କ୍ଷତିଗ୍ରସ୍ଥ ହୋଇଛନ୍ତି ଟୋଣ୍ଟମାଲିକ । ଏହି ସମୟ ମଧ୍ୟରେ ସଭା ସମିତି, ବିବାହ ବ୍ରତ ଆଦି ହେଉନଥିବାରୁ ଟେଣ୍ଟ ବ୍ୟବସାୟ ମାଡ ଖାଇଛି । କାଁ ଭାଁ ଯାହାବି ବିବାହ ବ୍ରତ ହେଉଛି ସେଥିରେ ଜନ ସମାବେସ କମ ହେଉଥିବାରୁ ଟେଣ୍ଟ ଦରକାର ପଡୁନାହିଁ । ତେଣୁ ଟେଣ୍ଟମାଲିକ ଓ ସେମାନଙ୍କ ଠାରେ କାମ କରୁଥିବା ଶ୍ରମିକ ମାନଙ୍କ ଜୀବନ ଦୁର୍ବିସହ ହୋଇପଡିଛି ।
ଧର୍ମଗଡ଼ ଉପଖଣ୍ଡ ଅଂଚଳର ଟେଣ୍ଟମାଳିକ ଓ ଟେଣ୍ଟଶ୍ରମିକ କରୋନା ପ୍ରଭାବରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଉପଜିଲ୍ଲାପାଳଙ୍କ ଠାରେ ଦାବି କରିଛନ୍ତି । ଏବର୍ଷ ସମ୍ପୂର୍ଣ୍ଣ ଭାବେ ଟେଣ୍ଟ କାର୍ଯ୍ୟ ସମ୍ପାଦନ ହୋଇ ନ ଥିଲା ତେଣୁ ସେମାନେ ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ସରକାରୀ ସହାୟତା ଯୋଗାଇଦେବାକୁ ସେମାନେ ଦାବି କରିଛନ୍ତି ।
ଜୁନାଗଡ ପ୍ରତିନିଧି ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in