ରାୟଗଡ,୧୩/୬: ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଶନିବାର ଦିନ ୧୨୦ଜଣ କରୋନା ଆକ୍ରାନ୍ତ ରୋଗୀ ସୁସ୍ଥ ହୋଇ ଫେରିଥିବା ସୂଚନା ପ୍ରଦାନ କରାଯାଇଥିଲା । ଏଥିରେ ରାୟଗଡ ଜିଲ୍ଳାରୁ ୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ବିଭାଗ ପକ୍ଷରୁ ସୂଚାନ ପ୍ରଦାନ କରାଯାଇଛି । ରାୟଗଡ ଜିଲ୍ଳାରେ ୭ଜଣ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଗଜପତି ଓ କୋରାପୁଟ ଜିଲ୍ଳାର କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବର୍ତମାନ ୨ଜଣ ସୁସ୍ଥ ହୋଇଥିବା ବେଳେ ଆଉ ୫ଜଣଙ୍କ ଚିକିତ୍ସା ଜାରି ରହିଛି । ରାଜ୍ୟରେ ୨୫୯୪ ସଂଖ୍ୟାରେ ପଂହଚିଛି ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in