୩୦ଦିନ ଭିତରେ ରାୟଗଡ ଷ୍ଟେସନରେ ଓହ୍ଲାଇ ସୁରକ୍ଷିତ ଭାବେ ନିଜ ଜିଲ୍ଲାକୁ ଯାଇଛନ୍ତି ୪୩୭୬ ପ୍ରବାସୀ ଶ୍ରମିକ

ରାୟଗଡ,୧୩/୬: ରୋଜଗାର କରି ନିଜ ଓ ନିଜ ପରିବାରର ପେଟପୋଷଣ ନିମନ୍ତେ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲ୍ଳାରୁ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟର ବିଭିନ୍ନ ସ୍ଥାନକୁ ପ୍ରବାସୀ ଓଡିଆ ଶ୍ରମିକ ଭାବେ ବର୍ଷ ବର୍ଷ ଧରି ସେଠାରେ କାମ କରି ଆସୁଛନ୍ତି । ତେବେ ମହାମାରୀ କରୋନା ସଂକ୍ରମଣକୁ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ନିଷ୍ପତି କ୍ରମେ ଲକଡାଉନ ଘୋଷଣା କରାଗଲା । ଫଳରେ ମାର୍ଚ୍ଚ ମାସ ୨୪ତାରିଖରୁ ବଦଳି ଗଲା ଲୋକଙ୍କ ଜୀବନ ଜୀବିକା । ହଠାତ୍ କଳ କାରଖାନାଗୁଡିକରେ ପଡିଲା ତାଲା । ବନ୍ଦ ହୋଇଗଲା ଗମନାଗମନ ସହ ସମସ୍ତ ହୋଟେଲ, ବଜାର, ଧାର୍ମିକ ସ୍ଥାନ ଇତ୍ୟାଦି । ଯାହାକୁ ନେଇ ପ୍ରବାସୀ ଓଡିଆ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ରେଳ, ବିମାନ ଓ ବସ, ଟ୍ରକ, କାର ଆଦି ସମସ୍ତ ଯାନବାହନ ବନ୍ଦ ହେବା ଦ୍ୱାରା ଯେ ଯେଉଁଠି ରହିଲେ ଆଉ ନିଜ ଘରକୁ ଫେରିବାର ବାଟ ଖୋଜିଲେ । ବହୁ ପ୍ରବାସୀ ଓଡିଶା ଶ୍ରମିକମାନେ ହଜାର ହଜାର ମାଇଲ ବାଟ ଅତିକ୍ରମ କରି ଓଡିଶାର ସୀମାନ୍ତ ଚେକପୋଷ୍ଟଗୁଡିକରେ ପଂହଚି ପାରିଲେ । ତେବେ ପ୍ରବାସୀଙ୍କ ଏପରି ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅପରେସନ ଶୁଭଯାତ୍ରା ଆରମ୍ଭ କଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏକ ସରକାରୀ ପୋର୍ଟାଲ ଜାରି କରି ସେଥିରେ ଦକ୍ଷିଣ ଭାରତର ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳ, ତାମିଲନାଡୁ, କର୍ଣ୍ଣାଟକ ଆଦି ବିଭିନ୍ନ ରାଜ୍ୟରେ ଫଶି ରହିଥିବା ସମସ୍ତ ପ୍ରବାସୀ ଓଡିଆ ଶ୍ରମିକଙ୍କୁ ପଂଜୀକୃତ କରି ସ୍ୱତନ୍ତ୍ର ଶ୍ରମିକ୍ ଟ୍ରେନ ଯୋଗେ ଆଣିବାର ଅଭିଯାନ ଆରମ୍ଭ କଲେ । ଗତ ମଇ ୧୪ତାରିଖରୁ ପ୍ରବାସୀମାନେ ଟ୍ରେନ ଯୋଗେ ଫେରୁଥିବାକୁ ଆଜକୁ ୩୦ଦିନ ବିତିଯାଇଥିବା ବେଳେ ରାୟଗଡ ଷ୍ଟେସନରେ ଦକ୍ଷିଣ ଓଡିଶାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ, କନ୍ଧମାଳ, ଗଜପତି, କଳାହାଣ୍ଡି, ଗଂଜାମ ଆଦି ଜିଲ୍ଳାକୁ ଆଜି ପର୍ଯ୍ୟନ୍ତ ୪୩୭୬ଜଣ ପ୍ରବାସୀ ଶ୍ରମିକମାନେ ଓହ୍ଳାଇଛନ୍ତି । ସମସ୍ତଙ୍କୁ ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ସୁରୁଖୁରରେ ତାଙ୍କୁ ନେବା ପାଇଁ ଆସିଥିବା ସଂପୃକ୍ତ ଜିଲ୍ଳାକୁ ପଠାଇବାର ବ୍ୟବସ୍ଥା କରାଯାଇପାରିଛି । ଯାହାକି ଜିଲ୍ଳା ପ୍ରଶାସନ ଓ ପୋଲିସ ପ୍ରଶାସନର ମିଳିତରେ ସଫଳ ହୋଇପାରୁଛି । ରେଳ ବିଭାଗ ତରଫରୁ ସୂଚନା ମିଳିବା ପରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡାକ୍ତର ଶର୍ବଣା ବିବେକ ଏମ., ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ପଣ୍ଡା,ପିଡି-ଡିଆରଡିଏ ଅମ୍ରିତ ଋତୁରାଜ, ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ, ଅତିରିକ୍ତ ଏସ.ପି.ରାମପ୍ରସାଦ ସାହୁ, ଏସଡିପିଓ ତପନ ନାରାୟଣ ରଥ, ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ, ଆରଟିଓ ଦିଲିପ କୁମାର ଦଳେଇ, ବିଡିଓ ରାଜେନ୍ଦ୍ର ମାଝି, ଏବିଡିଓ ନୃସିଂହଚରଣ ପଟ୍ଟନାୟକ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ପୈାର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଟ୍ରେନ ଆସିବା ଦିନ ପ୍ରବାସୀ ଓଡିଆ ଶ୍ରମିକମାନଙ୍କୁ ସ୍ୱାଗତ କରି ସମ୍ମାନ ସହ ସେମାନଙ୍କୁ ଖାଦ୍ୟପୁଡିଆ ଓ ମାସ୍କ ପ୍ରଦାନ କରି ସେମାନଙ୍କୁ ନେବା ପାଇଁ ଆସୁଥିବା ସଂପୃକ୍ତ ଜିଲ୍ଳା ଅଧିକାରୀମାନଙ୍କୁ ହସ୍ତାନ୍ତର କରୁଛନ୍ତି ।

Udyog Nursery
Udyogi Nursery

ଜୁନ୍ ୧୨ ଓ ୧୩ତାରିଖ ଦୁଇ ଦିନରେ ଦକ୍ଷିଣ ଭାରତର ଘଟକେଶ୍ୱରରୁ ବଲାଙ୍ଗିର ଓ ନୂଆପଡା, ତିରୁଭାଲୁରରୁ ବଲାଙ୍ଗିର, ତିରୁବନ୍ତପୁରମ ରୁ ହଟିଆ ଓ ନାଗାଲାପାଲି/ସାଙ୍ଗରେଡି ରୁ ନୂଆପଡା ଆଦି ୬ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ୭୭୬ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ଓହ୍ଳାଇଛନ୍ତି । ଏଥିରେ କେବଳ ନବରଙ୍ଗପୁର ଜିଲ୍ଳାର ୬୦୨ଜଣ, ରାୟଗଡର ୧୮ଜଣ, କନ୍ଧମାଳର ୬ଜଣ ଓ କୋରାପୁଟର ୨ଜଣ ପ୍ରବାସୀ ଓଡିଆ ଶ୍ରମିକ ଓହ୍ଳାଇଥିଲେ । ପ୍ରଶାସନ ତରଫରୁ ପ୍ରବାସୀ ଶ୍ରମିକଙ୍କ ଆଗମନକୁ ଦେଖି ଶୁକ୍ରବାର ସକାଳ ୯ଟାରୁ ଶନିବାର ୫ଟା ପର୍ଯ୍ୟନ୍ତ ରାୟଗଡ ସହରର ରେଳବାଇ ଷ୍ଟେସନ ଅଂଚଳ ସହ ଗଜପତି ଛକରୁ ସାଇଇଂଟର ନ୍ୟାସନାଲ ଛକ ପର୍ଯ୍ୟନ୍ତ ୧୪୪ଧାରା ଜାରି କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.