COVID-19 : କମର୍ଦ୍ଧା ଓ ଲାଞ୍ଜିଗଡରୋଡ ପଞ୍ଚାୟତ ସଟ୍ ଡାଉନ୍

ଲାଞ୍ଜିଗଡ,୧୪/୬ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କମର୍ଦ୍ଧା ଗ୍ରାମ ପଞ୍ଚାୟତକୁ ୪୮ ଘଣ୍ଟା ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କୁନ୍ତି ପାତ୍ର । ନର୍ଲା ହସ୍ପିଟାଲର ଓପିଡି ପେସେଣ୍ଟ ଲିଷ୍ଟରେ କମର୍ଦ୍ଧା ପଞ୍ଚାୟତର କିଛି ଲୋକଙ୍କ ନାମ ରହିଛି । ତେଣୁ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରି ୧୪ ଜୁନ ରବିବାର ସକାଳ ୬ ଘଣ୍ଟାରୁ ଜୁନ ୧୬ ମଙ୍ଗଳବାର ପର୍ଯ୍ୟନ୍ତ କମର୍ଦ୍ଧା ପଞ୍ଚାୟତକୁ ସଟ୍ ଡାଉନ୍ କରାଯାଇଛି ବୋଲି ପଞ୍ଚାୟତ ସୂତ୍ରରୁ ପ୍ରକାଶ । ଏଠାରେ ସୂଚନା ଯୋଗ୍ୟଯେ, ଲାଞ୍ଜିଗଡ ବ୍ଲକର କମର୍ଦ୍ଧା ପଞ୍ଚାୟତ ନର୍ଲା ବ୍ଲକ ସୀମାରେ ଅବସ୍ଥିତ । ଶୁକ୍ରବାର ଦିନ ନର୍ଲାରେ ଚିହ୍ନଟ ହୋଇଥିବା ତିନି ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ନର୍ଲା ଗୋଷ୍ଠୀ କେନ୍ଦ୍ରର ଡାକ୍ତର । ନର୍ଲା ହସ୍ପିଟାଲର ବାହ୍ୟ ବିଭାଗରେ ଚିକିତ୍ସିତ ହୋଇଥିବା ରେଗୀ ମାନଙ୍କ ତାଳିକା ବାହାର କରିଛି ପ୍ରଶାସନ ଯେଉଁଥିରେ ନର୍ଲା ଓ ଲାଞ୍ଜିଗଡ ବ୍ଲକର ବିଭିନ୍ନ ଗ୍ରାମର ଲୋକ ରହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଭାବେ ଲାଞ୍ଜିଗଡରୋଡ ପଞ୍ଚାୟତ ଆଜି ସକାଳ ୬ ଘଣ୍ଟାରୁ ସଟ୍ ଡାଉନ୍ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଲାଞ୍ଜିଗଡରୋଡର ପତ୍ର ସଂଖ୍ୟା ୬୩ ରେ ସୂଚିତ କରାଯାଇଛି ଯେ, ଜନ ସାଧାରଣ ତଥା ଅଞ୍ଚଳର ସୁରକ୍ଷା ଦୃଷ୍ଟିରୁ ଜୁନ ୧୩ ତାରିଖ ରବିବାର ସକାଳ ୬ ଘଣ୍ଟାରୁ ସଂନ୍ଧ୍ୟା ୬ ପର୍ଯ୍ୟନ୍ତ ପଞ୍ଚାୟତ ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହାସହ ପଞ୍ଚାୟତବାସୀଙ୍କୁ ସତର୍କ ଓ ସୁରକ୍ଷିତ ରହିବା ପାଇଁ ଲାଞ୍ଜିଗଡରୋଡ ସରପଞ୍ଚ ଟଙ୍କଧର ମାଝୀ ନିବେଦନ କରିଛନ୍ତି ।

Udyog Nursery
Udyogi Nursery

ଏଠାରେ ସୂଚନା ଯୋଗ୍ୟ ଯେ, ଶନିବାର କଳାହାଣ୍ଡି ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୬ ସଂକ୍ରମିତଙ୍କ ମଧ୍ୟରୁ ୧୪ ପୁରୁଷ ଓ ୨ ମହିଳା । ସେଥିମଧ୍ୟରୁ ଲାଞ୍ଜିଗଡ ସରକାରୀ ସଙ୍ଗରୋଧରେ ଥିବା ୧୪ ଜଣ ଓ ଛତ୍ରପୁର ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ ଜଣେ ଗ୍ରାମରକ୍ଷୀ ଅନ୍ତର୍ଭୁକ୍ତ । ଏକାଥରକେ ୧୫ ଜଣ ଆକ୍ରାନ୍ତ ଲାଞ୍ଜିଗଡ ବ୍ଲକରେ ଚିହ୍ନଟ ହୋଇଥିବାରୁ ବ୍ଲକ ଓ ପଞ୍ଚାୟତ ପକ୍ଷରୁ ଅଧିକ ତତ୍ପରତା ପ୍ରକାଶ ପାଇଛି ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.