ବିଧାନସଭା ସ୍ଥାୟୀ ଶିକ୍ଷାକମିଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ

ପଶ୍ଚିମ ଓଡିଶା ବେସରକାରୀ ଅନୁଦାନ ଓ ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ (+୨ ଓ +୩) ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ପକ୍ଷରୁ ଦାବିପତ୍ର

କଳାହାଣ୍ଡି,୧୪/୬: ଦୀର୍ଘ ଦିନ ଧରି ସରକାରୀ ଉଦାସୀନତାର ଶିକାର ହୋଇଥିବା ବେସରକାରୀ ଅନୁଦାନ ଓ ଅଣଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ପଶ୍ଚିମ ଓଡିଶା ଶାଖା ଦ୍ୱାରା ଶ୍ରୀଯୁକ୍ତ ଭୂପିନ୍ଦର ସିଂ ବିଧାୟକ ନର୍ଲା ତଥା ବିଧାନସଭା ସ୍ଥାୟୀ ଶିକ୍ଷା କମିଟିର ଅଧ୍ୟକ୍ଷଙ୍କୁ ସଂଘଦ୍ୱାରା ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ୨୦୦୮ ମସିହାରୁ ସରକାର ଅନୁଦାନ ନୀତି ଘୋଷଣା କରିନଥିବାରୁ ଦୀର୍ଘ ବର୍ଷ କାଳ ସ୍ୱଳ୍ପ ପ୍ରାପ୍ୟ ପାଇ ଶିକ୍ଷା ପ୍ରଦାନ କରିଥିବା ଶିକ୍ଷକ, ଅଣଶିକ୍ଷକ କର୍ମଚାରୀମାନେ ସରକାରୀ ଉଦାସୀନତାର ଶିକାର ହୋଇ ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି । ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ ସଂଘ ଦ୍ୱାରା କରାଯାଇଥିଲେ ମଧ୍ୟ ସରକାର ସଂଘର ନ୍ୟାର୍ଯ୍ୟ ଦାବିପ୍ରତି ଅବହେଳା ପ୍ରଦର୍ଶନ କରୁଥିବାରୁ ସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଶୀଘ୍ର ନ୍ୟାୟ ପ୍ରଦାନ ନିମନ୍ତେ ଓ ଅନୁଦାନ ଆଇନ ପ୍ରଣୟନ କରିବା ପାଇଁ ମାନ୍ୟବର ବିଧାୟକ ତଥା ବିଧାନସଭା ସ୍ଥାୟୀ ଶିକ୍ଷା କମିଟିର ଅଧ୍ୟକ୍ଷଙ୍କୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ ସଂଘର ପଶ୍ଚିମ ଓଡିଶା ଶାଖାର ଆବାହକ ଶ୍ରୀ ଜୟନ୍ତ କୁମାର ବାଗ, ସମ୍ପାଦକ ଶ୍ରୀ ଶାନ୍ତନୁ କୁମାର ମହାଖୁଡ ସମେତ ଶ୍ରୀ ଶୁକଦେବ ସାହୁ, ସମ୍ପାଦକ, ଧବଳେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.