କୋଭିଡ-୧୯ ନିର୍ଦ୍ଦେଶାବଳି ମାନି ଚଳିବାକୁ ଜନସାଧାରଣଙ୍କୁ କରୁଥିଲେ ନିବେଦନ
ରାୟଗଡ,୧୪/୬ : ରାୟଗଡ଼ା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ଅନୁଧ୍ୟାନ କରୁଛନ୍ତି । ରବିବାର ରାମନାଗୁଡା ବ୍ଲକର ଶୁଣ୍ଢିଢାମୁଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଳୁପାଇ ଗ୍ରାମରେ ମନରେଗା ଯୋଜନାରେ ଚାଲୁ ରହିଥିବା ନୂତନ ପୋଖରୀ ଖନନ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିବା ସହ ଶ୍ରମିକମାନଙ୍କୁ ମଜୁରୀ ଠିକ ଭାବରେ ପ୍ରଦାନ କରାଯାଉଛି କି ନାହିଁ ପଚାରି ବୁଝିବା ସହିତ ବିଭିନ୍ନ ସାମାଜିକ ସହାୟତା ଯୋଜନା ଯଥା ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ପିଡିଏସ ବଂଟନ ବ୍ୟବସ୍ଥାରେ ଚାଉଳ ପାଉଛନ୍ତି କି ନାହି ପଚାରି ବୁଝିଥିଲେ । ଏହାପରେ ଜିଲ୍ଳାପାଳ ଶ୍ରୀ ବେହେରା ଆଲୁବାଡି ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ସିମେଣ୍ଟ କଂକ୍ରିଟ କେନାଲ ନିର୍ମାଣ କାମ ବୁଲି ଦେଖିଥିଲେ । ନିର୍ମାଣ ଦାୟିତ୍ବରେ ଥିବା ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କୁ ଠିକ ଭାବରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଆଲୁବାଡି ଗ୍ରାମର ଗ୍ରାମବାସୀଙ୍କ ସହ ଜିଲ୍ଳାପାଳ ଆଲୋଚନା କରି ସେମାନଙ୍କୁ ଆମ୍ବ ଚାଷ ଓ କାଜୁ ଚାଷ କରିବା ପରାମର୍ଶ ଦେବାରୁ ଗ୍ରାମର ଚାଷିମାନେ ରାଜି ହେବାରୁ ବିଡ଼ିଓ ରାମନାଗୁଡାଙ୍କୁ ଉଦ୍ୟାନ ବିଭାଗ ସହ ଯୋଗଯୋଗ କରି ଚାରା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଜିଲ୍ଳାପାଳ କାନିପୁଲଶୀ ଗ୍ରାମକୁ ଯାଇ ସେଠାରେ ଗ୍ରାମବାସୀଙ୍କ ସହ ବିଭିନ୍ନ ଯୋଜନା ବିଷୟରେ ବିଶେଷ କରି ସାମାଜିକ ସୁରକ୍ଷା ଯୋଜନ ଅନ୍ତର୍ଗତ ବିଭିନ୍ନ ସହାୟତା, ମନରେଗା ଯୋଜନାରେ ମଜୁରୀ ଠିକ ସମୟରେ ପାଇବା ଓ ଚାଉଳ ସାମଗ୍ରୀ ମଧ୍ୟ ଠିକରେ ପାଉଛନ୍ତି କି ନାହିଁ ସେ ସମ୍ବନ୍ଧରେ ପଚାରି ବୁଝିଥିଲେ । ସେହି ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ କେନାଲ କାମ ଓ ମଧ୍ୟମ ଜଳସେଚନ ବିଭାଗ ଦ୍ବାରା ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ଗ୍ରାମରେ ଚେକଡେମ ଉନ୍ନତିକରଣ ପାଇଁ ପଦକ୍ଷେପ ନେବା ନିମନ୍ତେ ବିଡ଼ିଓଙ୍କ ମାଧ୍ୟମରେ ନିର୍ବାହୀ ଯନ୍ତ୍ରୀ ମଧ୍ୟମ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ନଳକୂପ ଗୁଡ଼ିକରେ ରିଚାର୍ଜ ପିଟି ନିର୍ମାଣ କରିବା ପାଇଁ ବିଡ଼ିଓ ରାମନାଗୁଡାଙ୍କୁ ଜିଲ୍ଳାପାଳ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ରାସ୍ତାରେ ଯାଉଥିବା ମୋଟର ସାଇକେଲ ଚାଳକଙ୍କୁ ଦୁଇଜଣରୁ ଉର୍ଦ୍ଧ ଵ୍ୟକ୍ତିଙ୍କୁ ଯାତ୍ରା କରିବାକୁ ମନା କରିଥିଲେ । ଜନସାଧାରଣଙ୍କୁ ମାସ୍କ ବ୍ୟବହାର, ସାମାଜିକ ଦୂରତା ରକ୍ଷାକରିବା ଉପରେ ସଚେତନ କରିଥିଲେ । ରାମନଗୁଡ଼ା ବ୍ଲକ ପରିଦର୍ଶନ ବେଳେ ଜିଲ୍ଳାପାଳଙ୍କ ସହିତ ବିଡ଼ିଓ ବେଣୁଧର ଶବର, ପି.ଏ, କନିଷ୍ଟ ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦେଇଥିଲେ । ଏହାପରେ ଗୁଣପୁର ଆଦର୍ଶ ବିଦ୍ୟାଳୟ ଠାରେ ଚାଲିଥିବା କୋଭିଡ କେୟାର ସେଣ୍ଟର ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ଉପଜିଲ୍ଲାପାଳ ଡା. ବି.ସିଦ୍ଧେଶ୍ଵର ବଳିରାମ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in