ମସିନ ବଦଳରେ ଶ୍ରମିକ କାମ କରିବାପରେ ସତ ପଦାକୁ ଆସିଲା

କୋକସରା/ଜୟପାଟଣା,୧୪/୬: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଲପାଳି ପଞ୍ଚାୟତ ଗୋଡ଼ଭୁଞ୍ଜା ଗ୍ରାମର ବଡ଼ବନ୍ଧ ପଙ୍କ ଉଦ୍ଧାର କାର୍ଯ୍ୟ ବିନା ସୂଚନା ଫଳକ ଓ ବିଭାଗ ପାଖରେ କିଛି ଖବର ନଥିବା ତଥା ଜେସିବି ମେସିନ ସାହାଯ୍ୟରେ କାମ ହେଉଥିବା ଖବର ପ୍ରସାରଣ ପରେ କ୍ଷେତ୍ର ପରିଦର୍ଶନ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସହକାରୀ ଯନ୍ତ୍ରୀ ।

ସୂଚନା ମତେ ରେଙ୍ଗାଳ ପାଳି ପଞ୍ଚାୟତ ବଡ଼ବନ୍ଧ ପଙ୍କଉଦ୍ଧାର କାମ ମନରେଗା ଯୋଜନାରେ ହେଉଥିଲେ ମଧ୍ୟ ଲୋକଙ୍କୁ ଭୁଆଁ ବୁଲେଇ କାର୍ଯ୍ୟକୁ ମେସିନ ସାହାଯ୍ୟରେ ସମ୍ପାଦନ କରି ଅର୍ଥ ଲୁଟ କରିବା ଭଳି ଚଂଚକତା କରି ଗରିବ ଖଟିଖିଆ ଙ୍କ ଶ୍ରମ ଛଡେଇ ନେବା ଭଳି ଷଡଯନ୍ତ୍ର ଚାଲିଥିଲା । ହେଲେ ସ୍ଥାନୀୟ କିଛି ସଚେତନ ନାଗରିକ ମେସିନ ଦ୍ୱାରା କାର୍ଯ୍ୟ ହେବାକୁ ବିରୋଧ କରି ଗଣମାଧ୍ୟମ କୁ ସୂଚନା ଦେଇଥିଲେ । ଏହି ଖବର ‘ଓଡିଆ ବାର୍ତ୍ତା’ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ।

ଖବର ପ୍ରସାରଣ ହେବା ପରେ ଆଜି ଜୟପାଟଣା ବିଡିଓ ଏବଂ ସହକାରୀ ଯନ୍ତ୍ରୀ ଖବରକୁ ଗୁରୁତ୍ୱ ଦେଇ କ୍ଷେତ୍ର ପରିଦର୍ଶନ କରି ତୁରନ୍ତ ସୂଚନା ଫଳକ ଲଗେଇବା ପାଇଁ ନିର୍ଦେଶ ଦେଇଥିଲେ । ଗ୍ରାମ ପଞ୍ଚାୟତ ପାଣ୍ଠିରୁ ୫୦ ହଜାର ଟଙ୍କା ମଞ୍ଜୁର କରି ବନ୍ଧ ର କଣ୍ଟା ଗଛ, ଅମର ପୋଇ ଓ ଅନାବନା ଗଛ ସଫା କରିବା ପାଇଁ ନୀଳମାଧବ ସ୍ଵଂୟ ସହାୟକ ଗୋଷ୍ଠୀକୁ କାର୍ଯ୍ୟନିର୍ବାହ କରିବା ପାଇଁ ଅନୁମତି ଦେଇଥିଲେ । ପଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ଯଥା ସମ୍ଭବ ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେବାସହ ମେସିନ ଦ୍ୱାରା କାର୍ଯ୍ୟ ହେଇଥିବା ଅଭିଯୋଗକୁ ଆମେ ଜିଲ୍ଲାପାଳଙ୍କୁ ଜଣେଇ ଦେବୁ ବୋଲି କହିଥିଲେ ଜୟପାଟଣା ବିଡିଓ । ବିଡ଼ିଓଙ୍କ କ୍ଷେତ୍ର ପ୍ରଦର୍ଶନ ଓ ଶ୍ରମଜୀବୀ ଲୋକଙ୍କୁ କାର୍ଯ୍ୟ ଦିବସ ସୃଷ୍ଟିରେ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥନ୍ତି ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.