୧୨ରେ ପଂହଚିଲା ସଂଖ୍ୟା ,ସୁସ୍ଥ ହୋଇ ଫେରିଛନ୍ତି ୨ଆକ୍ରାନ୍ତ
ରାୟଗଡ,୧୫/୬: ଧୀରେ ଧୀରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ରାୟଗଡ ଜିଲ୍ଳାରେ କାୟା ବିସ୍ତାର କରିବା ଆରମ୍ଭ କରିଛି । ପୁଣି ଜିଲ୍ଳାରେ ୫ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ରେ ପଂହଚିଛି । ତେବେ ଏହି ୧୨ଜଣଙ୍କ ମଧ୍ୟରେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସିକ୍ରିୟ ରୋଗୀଙ୍କ ସଂଖ୍ୟା ୧୦ ରହିଛି । ନୂଆରେ ଚିହ୍ନଟ ହୋଇଥିବା ୫ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମସ୍ତଙ୍କ ବୟସ ୧୮ରୁ ୨୨ବର୍ଷ ଏବଂ ସମସ୍ତେ କାଶିପୁର ବ୍ଳକର ବୋଲି ଜିଲ୍ଳାପାଳ ସୂଚନା ଦେଇଛନ୍ତି ।
କାଶିପୁର ବ୍ଳକର ଡଙ୍ଗାସିଲ ଗ୍ରାମ ପଂଚାୟତର ସର୍ଗିଗୁଡା ଗ୍ରାମର ୪ଜଣ ରହିଥିବା ବେଳେ ଆଉ ଜଣେ ରେଙ୍ଗା ପଂଚାୟତର ରେଙ୍ଗା ଗ୍ରାମର ବୋଲି ଜଣାପଡଛି । ସମସ୍ତଙ୍କୁ ଜୟପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସର୍ଗିଗୁଡା ଓ ରେଙ୍ଗା ଗ୍ରାମକୁ କଟେନମେଂଟ ଜୋନ ଭାବେ ପ୍ରଶାସନ ଘୋଷଣା କରିଛି । ଏ ନେଇ ରାୟଗଡ ଜିଲ୍ଳାପାଳଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଦିଲ୍ଳୀ ଫେରନ୍ତା ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ଜିଲ୍ଳାର ୪ର୍ଥ କରୋନା ଆକ୍ରାନ୍ତ କାଶିପୁର ବ୍ଳକର ଡଙ୍ଗାସିଲ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ ଉକ୍ତ ପଂଚାୟତର ସର୍ଗିଗୁଡା ଗ୍ରାମର ୪ଜଣ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ତେବେ ଜିଲ୍ଳାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ୪ର୍ଥଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ତାହା ପଜିଟିଭ ଆସିବା ପରେ ତାଙ୍କ କଂଟାକ୍ଟ ଟ୍ରେସିଂ କରାଯାଇ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ଯାହାକି ୪ଜଣଙ୍କ ଠାରେ ପଜିଟିଭ୍ ରିପୋର୍ଟ ବାହାରିଛି । ଏହି ୪ଜଣ ଆନ୍ଧ୍ରପ୍ରଦେଶରୁ ଫେରିଥିବା ପ୍ରବାସୀ ଓଡିଆ ଶ୍ରମିକମାନେ ହୋଇଥିବା ବେଳେ ଉକ୍ତ ୪ଜଣ ସ୍କୁଲ କ୍ୱାରେନଟାଇନରେ ରହିବା ପରେ ହୋମ କ୍ୱାରେନଟାଇନରେ ରହୁଥିଲେ ।
ସେହିପରି ପଂଚମ କରୋନା ପଜିଟିଭ ଜଣଙ୍କ ରେଙ୍ଗା ଗ୍ରାମରେ ହୋମ କ୍ୱାରେନଟାଇନରେ ରହୁଥିବା ବେଳେ ସେ ବଲାଙ୍ଗିରରୁ ଟ୍ରେନ ଯୋଗେ ରାୟଗଡକୁ ଫେରିଥିଲେ । ତାଙ୍କୁ ପ୍ରଶାସନ ତରଫରୁ ଟାଟା ମେଜିକ୍ ଗାଡିରେ ଚମ୍ପାଯୋଡି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଉକ୍ତ ଟାଟା ମେଜିକ୍ ଗାଡିରେ ତାଙ୍କ ସହ ଆଉ ୮ଜଣ ପ୍ରବାସୀ ଓଡିଆ ଶ୍ରମିକମାନେ ସଂଗରୋଧ କେନ୍ଦ୍ରକୁ ଯାଇଥିବା ବେଳେ ସେମାନଙ୍କ ମଧ୍ୟ କଂଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଥିବା ଜିଲ୍ଳାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।
ତେବେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଚିନ୍ତା କରିବା ଛାଡି କୋଭିଡ-୧୯ ଗାଇଡ ଲାଇନକୁ ଗୁରୁତ୍ୱ ଦେଇ ମାନିବାକୁ ପଡିବ । ଏଥି ନିମନ୍ତେ ବିଶେଷ କରି ସାମାଜିକ ଦୂରତାକୁ ପ୍ରାଥମିକତା ଦେଇ ସମସ୍ତଙ୍କ ଠାରୁ ୨ମିଟର ଦୂରତା ବଜାୟ ରଖିବା, ବାହାରକୁ ଗଲେ ମାସ୍କ ବ୍ୟବହାର କରିବା ଓ ବାହାରକୁ ଯାଇ ଘରକୁ ଫେରିଲେ ସାବୁନ କିମ୍ବା ସାନିଟାଇଜରରେ ହାତ ଧୋଇବା ଏବଂ ବିନା ଜରୁରୀ କାମ ନ ଥିଲେ ଘରୁ ନ ବାହାରି ଘରେ ରହି ସୁରକ୍ଷିତ ରହିବା ପାଇଁ ଜିଲ୍ଳାବାସୀଙ୍କୁ ଜିଲ୍ଳାପାଳ ଶ୍ରୀ ବେହେରା ନିବେଦନ କରିଛନ୍ତି । ସାମାଜିକ ଦୂରତାକୁ ରକ୍ଷା କରିପାରିଲେ ବୃଦ୍ଧି ପାଉଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇପାରିବ ବୋଲି ସେ କହିଛନ୍ତି । ବର୍ତମାନ ସୁଦ୍ଧା ରାୟଗଡ ଜିଲ୍ଳାରୁ୨୫୧୨ଜଣଙ୍କ ସ୍ୱାବ ନୂମନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୨୫୦୦ଜଣଙ୍କ ନେଗେଟିଭ ଆସିଛି ଏବଂ ୧୨ଜଣଙ୍କ ପଜିଟିଭ୍ ବାହାରିଛି । ଏହି ୧୨ଜଣ ପଜିଟିଭ୍ଙ୍କ ମଧ୍ୟରେ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୧୦ଜଣ ଜୟପୁର ଓ ଗଜପତି କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in
Click here to get 24×7 News & Views alerts
http://bit.ly/OBgroup4
Like us on Facebook
https://facebook.com/odiabarta