ପହିଲି ରଜରେ ରାୟଗଡ଼ାରୁ ମୁକ୍ତିଲାଭ କଲା ରଜ ଗୀତ

ରାୟଗଡ,୧୫/୬: ଏଥର ରଜରେ ନାହିଁ ମଉଜ । ଗାଁ ଦାଣ୍ଡ ଓ ରଜ ପଡିଆ ଖାଁ ଖାଁ । ଖାଲି ପଡ଼ିଛି ଦୋଳି । ରଜରେ ବି ଶୁଭୁନି ରଜ ଗୀତ । କରୋନା ମହାମାରୀ ଜନିତ କାରଣରୁ ସରକାର ରଜ ପର୍ବ ଉପରେ ଲଗେଇଛନ୍ତି କଟକଣା । ସାର୍ବଜନୀନ ଭାବେ ରଜ ଉତ୍ସବ ପାଳନକୁ ବନ୍ଦ କରିଦିଆଯାଇଛି । ଅପରପକ୍ଷେ ମ୍ୟୁଜିକ କଂପାନୀ ଓ କଳାକାର ବୃନ୍ଦ ବି କରୋନା ହେତୁ ତାଲାବନ୍ଦଜନିତ ସମସ୍ୟା ଭିତରେ ଗତି କରୁଥିବାରୁ ଚଳିତ ରଜରେ ରଜ ଗୀତ କିଛି ବଜାରକୁ ଆସିନି ।

Omkar Vasthu
Omkar Vasthu

ଏଇ ଅବସରରେ ଓଡ଼ିଶାର ଗଣ ପର୍ବକୁ ଆଖିରେ ରଖି ମନକୁ ରସାଣିତ କଲାଭଳି ୟୁଟ୍ୟୁବ ଚ୍ୟାନେଲ ସୁନହେରି ୟାଦେ ପକ୍ଷରୁ ମୁକ୍ତିଲାଭ କରିଛି ଏମ ବି ସି ଇଭେଣ୍ଟ ମ୍ୟାନେଜମେଣ୍ଟ, ରାୟଗଡ ଦ୍ଵାରା ପ୍ରସ୍ତୁତ ଏକ ମନଛୁଆଁ ରଜ ଗୀତ । ଲେଖକ ଦ୍ବିତୀ ଚନ୍ଦ୍ର ସାହୁ ଏହାର ଗୀତ ରଚନା କରିଥିବାବେଳେ ସଙ୍ଗୀତ ସଜେଇବା ସହ କଣ୍ଠଦାନ କରିଛନ୍ତି ସ୍ଵନାମଧନ୍ୟ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ପାତ୍ର । ସଙ୍ଗୀତ ପରିଚାଳନା କରିଛନ୍ତି ଅନୁପ କୁମାର ମହାନ୍ତି । ସୁଂଦର ଗୀତ, ମନଛୁଆଁ ସ୍ବର ସଂଯୋଜନା ଓ ଅପୂର୍ବ ସଂଗୀତର ଛୁଆଁରେ ଗୀତଟି ବେଶ ଶ୍ରୁତି ମଧୁର ହୋଇପାରିଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ପାରମ୍ପରିକ ଓ ଆଧୁନିକତାର ସୁଂଦର ଫ୍ୟୁଜନରେ ଭରା ଗୀତ ସବୁ ବର୍ଗର ଲୋକଙ୍କୁ ଛୁଇଁ ପାରିବ ବୋଲି ଆଶା କରାଯାଉଛି । ତେବେ ସାମାଜିକ ଗଣମାଧ୍ୟମରେ ଏହା ପ୍ରଥମ ଦିନରେ ଭଲ ଗ୍ରହଣିୟତା ଲାଭ କରିଥିବାବେଳେ ଓଡ଼ିଶାର ବିଭିନ୍ନ ଅଂଚଳର ଶ୍ରୋତା ଖୁବ୍ ପସନ୍ଦ କରୁଛନ୍ତି ବୋଲି ଗାୟିକା ପାତ୍ର ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.