ରିଷିଡାରେ ଉଦଘାଟିତ ହେଲା ଏୟାରଟେଲ ଷ୍ଟୋର

କଳାହାଣ୍ଡି,୧୬/୬: କର୍ଲାମୁଣ୍ଡା ବ୍ଲକର ରିଷିଡା ଠାରେ ଘରୋଇ କମ୍ପାନୀ ଏୟାରଟେଲ ର ଷ୍ଟୋର ଅଫିସ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ନିରାଡମ୍ବର ଉତ୍ସବରେ ସ୍ଥାନୀୟ ସରପଞ୍ଚ ସରସ୍ବତୀ ମାଝୀ ଓ ରିଷିଡା ମେଡିକାଲ ଅଫିସର ଡା. ପ୍ରଶାନ୍ତ କୁମାର ସାମଲ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ ।

ଏଥିରେ ଏୟାରଟେଲ କମ୍ପାନୀର ଆଞ୍ଚଳିକ ସେଲସ ମେନେଜର ରୁଷିକାନ୍ତ ବିଶ୍ୱାଳ, କ୍ଷେତ୍ରିୟ ସେଲସ ମେନେଜର ପ୍ରଦୀପ ସୁବୁଦ୍ଧି ଯୋଗଦେଇ ଏହି ଷ୍ଟୋର ଅଫିସରେ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ସମେତ କମ୍ପାନୀର ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମକୁ ବିତରକ ସୌମ୍ୟ ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଜ୍ଞାନରଞ୍ଜନ ତ୍ରିପାଠୀ, ଅନିଲ କୁମାର ମିଶ୍ର, ବାପି ସେଠ, ଜିତୁ ରଣା, ସୋନୁ ରଣା ପ୍ରମୁଖ ସହଯୋଗ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କର୍ଲାମୁଣ୍ଡା ପ୍ରେସ କ୍ଳବ ସଭାପତି ନରୋତ୍ତମ ସେଲମା, ସାମ୍ବାଦିକ କମ୍ବୁପାଣି ସାହୁ, ଭଜଶ୍ୟାମ ସାହୁ ଏବଂ କର୍ଲାମୁଣ୍ଡା, ମ. ରାମପୁର, ବ୍ଲକ ର ଏୟାରଟେଲ ରିଟେଲର ମାନେ ଉପସ୍ଥିତ ଥିଲେ । ଏହି ଷ୍ଟୋରରୁ କରଲାମୁଣ୍ଡା, ମ ରାମପୁର ବ୍ଲକ ସମେତ କେସିଙ୍ଗା ବ୍ଲକର କିଛି ପଂଚାୟତ ବାସି ଉପକୃତ ହୋଇପାରିବେ ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.