କଳାହାଣ୍ଡି,୧୬/୬: କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଟିଏମସିରେ ରହିଥିବା ୩୬ ଜଣ ପ୍ରବାସୀ ଓଡ଼ିଆ ଆଜି ସେମାନଙ୍କ ସଙ୍ଗରୋଧ ସମୟ ସମାପ୍ତ କରି ଘରବାହୁଡା କରିଛନ୍ତି । କେନ୍ଦ୍ରରୁ ଯିବା ସମୟରେ ପ୍ରବାସୀମାନେ ବେଶ ଖୁସି ଜଣାପଡୁଥିଲେ । ଉକ୍ତ କେନ୍ଦ୍ରର କର୍ମଚାରୀମାନଙ୍କ ଉତ୍ତମ ବ୍ୟବହାର, ସୁପରିଚାଳନା ଓ ସରପଞ୍ଚ ଭୋଜବନ୍ତୀ ସାହୁଙ୍କ ଆଥିୟତାକୁ ଆମେ କେବେ ଭୂଳି ପାରିବୁନାହିଁ ବୋଲି ପ୍ରବାସୀ ଶ୍ରମିକ ମାନେ ପ୍ରକାଶ ରରିଛନ୍ତି ।
ଏହି କେନ୍ଦ୍ରରେ କୌଣସି ପ୍ରକାର ଅସୁବିଧା ହୋଇନଥିବାରୁ ସେମାନେ ସରପଞ୍ଚଙ୍କୁ କୃତଜ୍ଞତା ଜଣାଇ ଥିଲେ । ସରପଞ୍ଚ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ସବୁବେଳେ ମାକ୍ସ ବ୍ୟବହାର କରିବା, ହାତକୁ ବାରମ୍ବାର ଧୋଇବା ତଥା ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in