କଳାହାଣ୍ଡି,୧୭/୬: କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଆନୁକୂଲ୍ୟରେ ଆଜି କଶ୍ରୁପଡା କନିଷ୍ଠ ମହାବିଦ୍ୟାଳୟ ଠାରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ମୋ ସରକାର’ ଯୋଜନା ମାଧ୍ୟମରେ ହେଉଥିବା ଏହି ରକ୍ତ ଦାନ ଶିବିରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ମହାନ୍ତ, କେସିଙ୍ଗା ଥାନା ଅଧିକାରୀ ଅଶୋକ କୁମାର ମହାପାତ୍ର, କଶ୍ରୁପଡା ପଞ୍ଚାୟତ ସରପଞ୍ଚ, ଅଞ୍ଚଳର ବିଶିଷ୍ଟ ସମାଜସେବୀ ଗଣ ତଥା ବିଜୁ ଯୁବ ବାହିନୀ ଏବଂ ନେହେରୁ ଯୁବ କେନ୍ଦ୍ରର ସ୍ଥାନୀୟ ସ୍ଵେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ଓ ଶିବିରରେ କୋଭିଡ୍-୧୯ କଟକଣା ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖାଯାଇ ଥିଲା।
ଏହି ରକ୍ତଦାନ ଶିବିରରେ ୫୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି। ଶିବିରରେ ନିକଟସ୍ଥ ଘଣ୍ଟସଲା ଗ୍ରାମର ସମାଜସେବୀ ଚନ୍ଦନ ସେନାପତି, କଶ୍ରୁପଡ଼ା ଗ୍ରାମର ସମାଜସେବୀ କ୍ଷୀତିଶ୍ ପାଢ଼ୀ, ସନ୍ତୋଷ ପାଢ଼ୀ, ଶେଷଦେବ ପାଢ଼ୀ ଓ ବିଜୟ ଭୋଇ, କିନେରକେଲା ଗ୍ରାମର ଅନିଲ ଭୋଇ, କଶ୍ରୁପଡ଼ା ପଞ୍ଚାୟତ ସରପଞ୍ଚ ଗୀତାଞ୍ଜଳି ମାଝୀ, ନୁନମାଠ୍ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ ଭୋଇ ସମେତ ଭବାନୀପାଟଣା ରକ୍ତ ଭଣ୍ଡାର କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।
ଏହି ଶିବିରରେ ଉପରୋକ୍ତ ସଂଗଠନର ସ୍ଵେଚ୍ଛାସେବୀ ତଥା ସ୍ଥାନୀୟ ବାସିନ୍ଦା ମାନେ ଯୋଗଦେଇ ରକ୍ତଦାନ କରିଥିଲେ। ରକ୍ତଦାତା ମାନଙ୍କୁ ମାସ୍କ୍ ବଣ୍ଟନ କରାଯାଇଥିଲା।