ପ୍ରେସ ୟୁନିଅନ ରାୟଗଡ଼ ଏବଂ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାୟଗଡ,୧୮/୬: ରାୟଗଡ ସ୍ଥିତ ଶେରିଗୁଡା ପାର୍ଶ୍ବରେ ଥିବା ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖରେ ପ୍ରେସ ୟୁନିଅନ ଏବଂ ରାୟଗଡ଼ ବନବିଭାଗ ମିଳିତ ଆନୂକୁଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସର୍ବ ପ୍ରଥମେ ଚୀନ ସୈନିକଙ୍କ ସହ ଲଢେଇରେ ସହୀଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ ନୀରବ ପ୍ରାଥନା କରାଯାଇଥିଲା । ପରେ ମୁଖ୍ୟ ଅତିଥି ଶ୍ରୀ ନରସିଂହ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବୃକ୍ଷ ଓ ପରିବେଶ ସୁରକ୍ଷା ଦିଗରେ ପ୍ରେସ ୟୁନିୟନର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ପରେ ଅନ୍ୟ ଅତିଥି ବୃନ୍ଦ ମଧ୍ୟ ନିଜ ନିଜର ଅଭିମତ ପ୍ରକାଶ କରିଥିଲେ । ବୃକ୍ଷ ରୋପଣ ଓ ପ୍ରେସ ୟୁନିଅନ ରାୟଗଡ଼ ର ସମାଜ କଲ୍ୟାଣ ଓ ସଚେତନତା କାର୍ଯ୍ୟକ୍ରମକୁ ଦେଖି ସମସ୍ତ ଅତିଥି ବେଶ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ୫୦ ଗୋଟି ଚାରା ରୋପଣ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ନରସିଂହ ପଟ୍ଟନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାୟଗଡ, ସମ୍ମାନୀୟ ଅତିଥି ଶ୍ରୀ କାଲୋଲ ନାୟକ, ଉପ ପ୍ରବନ୍ଧକ ମାନବ ସମ୍ବଳ ଇମ୍ଫା ଥେରୁବାଲି,

ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ଲୋକ ସମ୍ପର୍କ ତଥା ବରିଷ୍ଠ ପ୍ରବନ୍ଧକ ଇମ୍ଫା ଥେରୁବାଲି, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାୟଗଡ଼ ଏବଂ ବନ ବିଭାଗ ଅଧୀକାରୀ ଶ୍ରୀ ଅଶୋକ କୁମାର ପ୍ରଧାନ ଏବଂ ପ୍ରେସୟୁନିଅନ ରାୟଗଡ଼ର ସଭାପତି ଦୟାନିଧି ଖାଡଙ୍ଗା, ସଂପାଦକ ମୋନଜ ସାହୁ, ସୁରେଶ ଦାଶ, ଶିବାଜୀ ଦାଶ, ରବି ପାତ୍ର, ଶ୍ରୀନିବାସ ବଳିୟାର ସିଂ, ସନ୍ତୋଷ କୁମାର ପାଢ଼ୀ, ଶ୍ରୀଧର ଚୌଧୁରୀ, ଶ୍ରୀନାଥ ତାଡିଙ୍ଗି, ଶର୍ବେଶ୍ବର ରାଓ, ପ୍ରଦୀପ ପାତ୍ର, ରବିଚରଣ ପାତ୍ର ଏବଂ ଭଞ୍ଜ କିଶୋର ସିଂ ଆଦି ଉପସ୍ଥିତ ଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.