ମହିଳା ମହାବିଦ୍ୟାଳୟ ଏନଏସଏସ ଓ ଝଞ୍ଜାବତୀ ମହିଳା ୱାକର୍ସ କ୍ଲବ ମିଳିତରେ ବୃକ୍ଷରୋପଣ

ରାୟଗଡ,୧୮/୬: ରାୟଗଡ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ( ଏନଏସଏସ) ଓ ଝଂଜାବତୀ ମହିଳା ୱାକର୍ସ କ୍ଲବର ମିଳିତ ସହଯୋଗରେ ରାୟଗଡ ସହର ରିଙ୍ଗ ରୋଡ ସ୍ଥିତ ଢେପ ସାହି ଠାରୁ ଅଣ୍ଟାରିଗୁଡା ଗ୍ରାମ ପର୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ପ୍ରାୟ ୫୦ଟି ପ୍ରକାର ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା କାର୍ଯ୍ୟକାରିଣୀ ଅଧିକାରୀ ଡଃ.ଅମ୍ବିକା ପଟ୍ଟନାୟକ, ଝଞ୍ଜାବତୀ ମହିଳା ୱାକର୍ସ କ୍ଲବର ସଭାପତି ଶ୍ରୀମତି କେ.ପି.ସାହାଣି, ଶ୍ରୀମତି ରୁବିରାଣୀ କୁଣ୍ଡୁ , ଶ୍ରୀମତି ସରସ୍ୱତୀ ସାହୁ, ଡଃ. ସରିତା, ଶ୍ରୀମତି ସୁଜାତା ମାଦଳା, ଶ୍ରୀମତି କଳ୍ପନା ଦାଶ, ଶ୍ରୀମତି ସଂଯୁକ୍ତା ମିଶ୍ର, ଶ୍ରୀମତି ଲିନା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କାର୍ଯ୍ୟକ୍ରମକୁ ବିଶିଷ୍ଠ ଶିକ୍ଷାବିତ୍ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି ଉଦଘାଟନ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.