କଳାହାଣ୍ଡି,୧୮/୬: ଚୀନ୍ ସେନା ବିରୁଦ୍ଧରେ ଲଢ଼ି ଗାଲୱାନରେ ପ୍ରାଣ ହରାଇଥିବା ସହିଦ ଯବାନମାନଙ୍କ ଉଦ୍ଦେଶ୍ୟରେ ହ୍ୟୁମାନ ଫର ହ୍ୟୁମାନ ସଂସ୍ଥା ପକ୍ଷରୁ ମହମବତୀ ଶୋଭାଯାତ୍ରା କରାଯାଇଛି। ଦଳର ସଦସ୍ୟମାନେ ଭବାନୀପାଟଣା ଇରିଗେସନ କଲୋନୀ ଛକରୁ କଲେଜ ଛକ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରିଛନ୍ତି। ଶହୀଦମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଥମେ ଦୁଇ ମିନିଟ ନିରବରେ ପ୍ରାର୍ଥନା କରାଯାଇଥିଲା। ଏଥିରେ ସୁଶାନ୍ତ କୁମାର ପ୍ରଧାନୀ, ସମୀର ମହାପାତ୍ର, ଶ୍ରୀକାନ୍ତ ଦାସ, ଶିବାନନ୍ଦ ଦାସ, ତୁଷାର ଚୌଧୁରୀ, ସୁକାନ୍ତ ପ୍ରଧାନୀ, ଆଦିତ୍ୟ ଯୋଶୀ, ନୀତିଶ ପଣ୍ଡା, ସିଦ୍ଧାନ୍ତ ବାଗ, ଜଗଦୀଶ ପଟ୍ଟନାୟକ, ଗୋବିନ୍ଦ ମାଝୀ ପ୍ରମୁଖ ସାମିଲ ହୋଇଥିଲେ ।