ନର୍ଲା,୨୧/୬: ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଆନୁକୂଲ୍ୟରେ ନର୍ଲା ବ୍ଲକର ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁ, ମା ପାଝରାଣୀ ସାଂସ୍କୃତିକ ଅନୁଷ୍ଠାନ ତୁଲାପଡା, ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସାପଡା, ମା ଧରଣୀ ୟୁଥ କ୍ଲବ ବାଲସିଙ୍ଗା ଏବଂ ଗୋହିରାପଦର ୟୁଥ କ୍ଲବରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଭବାନୀ ଶଙ୍କର ସଂସ୍କୃତିକ ଅନୁଷ୍ଠାନ ସରିଆଁର ସଭାପତି ଦୁର୍ବାଦଲ ଭୋଇ, ସମ୍ପାଦକ ସୁକଦେବ ସାହୁ,
ମା ପଝରାଣୀ ସଂସ୍କୃତିକ ଅନୁଷ୍ଠାନର କାର୍ଯ୍ୟକାରିଣୀ ସଦସ୍ୟ ରଂଗାଧର ନାୟକ, ନୀଳଚକ୍ର ସଂସ୍କୃତିକ ଅନୁଷ୍ଠାନର ସମ୍ପାଦକ ନରେଶ କୁମାର ନାଏକ, ମା ଧରଣୀ ୟୁଥ କ୍ଲବର ସଦସ୍ୟ ଧର୍ମେନ୍ଦ୍ର କୁମାର ବହୁକ,
ଗୋହିରାପଦର କ୍ଲବର ସଦସ୍ୟ ଏବଂ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡିର ନର୍ଲା ବ୍ଲକର ଜାତୀୟ ଯୁବ ସ୍ବେଛାସେବୀ ମିଳନ କୁମାର ଭୋଇ ଓ ଉତ୍କଲିକା ସାହୁ ତଥା ସମସ୍ତ କ୍ଲବର ସଦସ୍ୟମାନେ ସହଯୋଗ କରି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।
ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in